ଖୋର୍ଦ୍ଧା: କୁରକୁରି ଟ୍ରକ ଲୁଟ ମାମଲାରେ ତିନି ଲୁଟେରା ଗିରଫ । ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜଗତପୁର ଅଞ୍ଚଳରୁ ସମସ୍ତଙ୍କୁ ଗିରଫ କରିବା ସହ ଡକାୟତି ଘଟଣାରେ ବ୍ୟବହୃତ ବୋଲେରୋକୁ ଜବତ କରିବାରେ ସଫଳ ହୋଇଛି ପୋଲିସ। ଅଭିଯୁକ୍ତ ହେଲେ କଟକ ଲକ୍ଷ୍ମୀ ନାରାୟଣପୁରର ନନ୍ଦ ସାହୁ, ମାନସ ରଞ୍ଜନ ଗିରି ଓ ସୁରେନ୍ଦ୍ର ଦାଶ ।
ସୂଚନାଯୋଗ୍ୟ, ଗତ 22 ତାରଖ ଦିନ ୧୬ନଂ ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ଏକ କୁରୁକୁରି ବୋଝେଇ ଟ୍ରକକୁ ଲୁଟେରାମାନେ ବଳପୂର୍ବକ ଲୁଟ କରି ନେଇ ପଳାଇ ଯାଇଥିଲେ। ଲୁଟେରା ମାନେ ଏକ ବୋଲେରୋ ଗାଡିରେ ଆସି ଡ୍ରାଇଭର ଓ ହେଲପରକୁ କାବୁକରି ଟ୍ରକକୁ ନେଇ ନୟାଗଡ ପାଖ ଏକ ଜଙ୍ଗଲରେ ଡ୍ରାଇଭର ଓ ହେଲପରକୁ ଛାଡିଦେଇଥିଲେ ।
![କୁରକୁରି ଟ୍ରକ ଲୁଟ ମାମଲାରେ ତିନି ଲୁଟେରା ଗିରଫ](https://etvbharatimages.akamaized.net/etvbharat/prod-images/od-kud-loot-dry-od10017_01082020123924_0108f_1596265764_647.jpg)
ଏ ସମ୍ପର୍କରେ ଟ୍ରକ ଡ୍ରାଇଭର ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ଡକାୟତ ମାନେ ଟ୍ରକରୁ କୁରୁକୁରି ଗୁଡିକ ଜଗତପୁରରେ ବିକ୍ରୀ କରି ଟ୍ରକଟିକୁ ଜଟଣୀ ଥାନା ଗଙ୍ଗପଡା ଟୋଲଗେଟ ନିକଟରେ ଛାଡି ପଳାଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ