ETV Bharat / state

ଖୋର୍ଦ୍ଧାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୨୨ ଆହତ - accident near NH 16

ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ବସ ଟ୍ରକ ମୁହାଁମୁହିଁ ଧକ୍କା ହୋଇ 22 ଜଣ ଆହତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

accident near NH 16
NH-16 ରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୨୨ ଆହତ
author img

By

Published : Jan 31, 2020, 8:44 PM IST

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟ ନିର୍ମାଣଧୀନ ଓଭରବ୍ରିଜ ନିକଟରେ ସଡକ ଦୁର୍ଘଟଣା । ମା ନାମକ ଏକ ଘରୋଇ ବସ ଭୁବନେଶ୍ବରରୁ ବାଲୁଗାଁ ଅଭିମୁଖେ ଆସୁଥିବା ବେଳେ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବସରେ ଥିବା ୨୨ ଜଣ ଯାତ୍ରୀ ଆହାତ ହୋଇଛନ୍ତି ।

NH-16 ରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୨୨ ଆହତ

ଆହତମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଚାନ୍ଦପୁର ବସନ୍ତ ମଞ୍ଚରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଦୁର୍ଘଟଣାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ୧୬ ନଂ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି ।

ଘଟଣାସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି । ଜାତୀୟ ରାଜପଥ ବିଭାଗ ଭୁବନେଶ୍ବରରୁ ଟାଙ୍ଗୀ ମଧ୍ୟରେ ଅନେକ ଫ୍ଲାଏ ଓଭରବ୍ରିଜ ନିର୍ମାଣ ପାଇଁ ଖାତ ଖୋଳୁଥିବା ବେଳେ ରାସ୍ତା ପାର୍ଶ୍ବରେ ସୁରକ୍ଷାକୁ ଗୁରୁତ୍ତ୍ବ ଦେଉନଥିବା କାରଣରୁ ଏଭଳି ଛୋଟ ବଡ ଦୁର୍ଘଟଣା ଘଟୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Intro:ଜାତୀୟ ରାଜପଥ ୧୬ରେ ବସ୍ ଟ୍ରକ ମୁହାଁମୁହିଁ ଧକ୍କା :୨୨ ଆହତ

Body:ଖୋର୍ଦ୍ଧା : ୧୬ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟ ନିର୍ମାଣଧିନ ଓଭରବ୍ରିଜ୍ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ମା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଆସୁଥିବା ବେଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସହ ମୁଁହାମୁହିଁ ଧକ୍କା ହୋଇଛି । ଫଳରେ ବସରେ ଥିବା ୨୨ଜଣ ଯାତ୍ରୀ ଆହାତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଚାନ୍ଦପୁର ବସନ୍ତ ମଞ୍ଚରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳ ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ୧୬ନଂ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି ।ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି।ଘଟଣାସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି ।ଜାତୀୟ ରାଜପଥ ବିଭାଗ ଭୁବନେଶ୍ୱରରୁ ଟାଙ୍ଗୀ ମଧ୍ୟରେ ଅନେକ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ପାଇଁ ଖାତ ଖୋଳୁଥିବା ବେଳେ ରାସ୍ତାରେ ପାର୍ସ୍ୱରେ ସୁରକ୍ଷାକୁ ଗୁରୁତ୍ୱ ଦେଉନଥିବା କାରଣରୁ ଏଭଳି ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.