ETV Bharat / state

ଫୁଟିଲା ଅଜଗର ଅଣ୍ଡା: ବାହାରିଲେ 28 ଅଜଗର

author img

By

Published : Jun 30, 2021, 5:00 PM IST

ଖୋର୍ଦ୍ଧା ମଲିପୁର ଗ୍ରମାପଞ୍ଚାୟତ ଗ୍ରାମ୍ୟ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅଜଗର ଅଣ୍ଡାରୁ ଫୁଟିଲେ ଛୁଆ । ଅଜଗର ଦେଇଥିବା 30ଟି ଅଣ୍ଡାରୁ 28ଟି ଅଣ୍ଡାରୁ ଛୁଆ ଫୁଟିଥିବା ସୂଚନା ଦେଇଛନ୍ତି ହଳଦିଆ ରେଞ୍ଜର ।

safely born 28 python in khurdha
ଫୁଟିଲା ଅଜଗର ଅଣ୍ଡା : ବାହାରିଲେ 28 ଅଜଗର

ଖୋର୍ଦ୍ଧା: ଫୁଟିଲା ଅଣ୍ଡା, ବାହାରିଲେ ଅଜଗର । ଖୋର୍ଦ୍ଧା ମଲିପୁର ଗ୍ରାମପଞ୍ଚାୟତ ଗନିଆଳ ଗ୍ରାମ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅଜଗର ଅଣ୍ଡାରୁ ଫୁଟିଲେ ଛୁଆ । ଅଜଗର ଦେଇଥିବା 30ଟି ଅଣ୍ଡାରୁ 28ଟି ଅଣ୍ଡାରୁ ଛୁଆ ଫୁଟିଥିବା ସୂଚନା ଦେଇଛନ୍ତି ହଳଦିଆ ରେଞ୍ଜର ।

ଫୁଟିଲା ଅଜଗର ଅଣ୍ଡା : ବାହାରିଲେ 28 ଅଜଗର

ଗତ ମେ ମାସ 5 ତାରିଖରେ ଏକ ମାଈ ଅଜଗର ସାପ ଗାତ ଭିତରେ ଥିବା ମଲିପୁର ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ସେଠାରେ ସାପକୁ ଗାତରେ ଦେଖିବା ସହିତ ସାପ ଅଣ୍ଡା ଦେଇଥିବା ଜଣାପଡିଥିଲା । ଗ୍ରାମବାସୀ ଓ ବନ୍ୟପ୍ରାଣୀ ବିଭାଗ ସାପକୁ ସୁରକ୍ଷା ଦେବା ସହିତ ତାର ଗତିବିଧି ଉପରେ ନଜର ରଖିଥିଲେ । ହେଲେ 21 ତାରିଖ ଶୁକ୍ରବାର ଦିନ ସାପ ଗାତରୁ ବାହାରି ଅଣ୍ଡା ପାଖକୁ ନ ଫେରିବାରୁ ବନ୍ୟପ୍ରାଣୀ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପ ଅଣ୍ଡାକୁ ପ୍ରଥମେ ନିକଟସ୍ଥ ସ୍କୁଲ ଘରେ ଓ ପରେ ମିନଚୀନପାଟଣା ରେଞ୍ଜ ଅଫିସରେ ସୁରକ୍ଷିତ ରଖାଯାଇଥିଲା । ଅଜଗର ଦେଇଥିବା 30 ଅଣ୍ଡାରୁ ଦୁଇଟି ନଷ୍ଟ ହୋଇଯାଇଥିବାବେଳେ ଆଜି 28ଟି ଅଣ୍ଡାରୁ ଅଜଗର ଛୁଆ ଫୁଟିଥିବା ଦେଖାଦେଇଛି । ସେହିପରି ସମସ୍ତ ଅଜଗର ଛୁଆ ସୁସ୍ଥ ଥିବା ହଳଦିଆ ବନ୍ୟପ୍ରାଣୀ ରେଞ୍ଜର କହିଛନ୍ତି ।

ସୂଚନାଥାଉକି ଓଡିଶାରେ ଏକ ସାପକୁ ରକ୍ଷା କରିବା ଗ୍ରାମବାସୀ ଆଗେଇ ଆସିବା ପ୍ରଥମ ଘଟଣା । ଗ୍ରାମବାସୀ ଅଜଗରରୁ ରାତି ଦିନ ଜଗି ରହିଥିଲେ ଏବଂ ସ୍ନେକ ହେଲପ ଲାଇନର ଶୁଭେନ୍ଦୁ ମଲ୍ଲିକ ଓ ବନ ବିଭାଗ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି । ଦୀର୍ଘ 58 ଦିନ ପରେ ଅଜଗର ଅଣ୍ଡାରୁ ଛୁଆ ଫୁଟିଥିବା ଜଣାପଡିବା ପରେ ଗଡ଼ନିଆଳ ଗ୍ରମବାସୀ ଓ ବନ୍ୟପ୍ରାଣୀ କର୍ମଚାରୀ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.