ETV Bharat / state

ସିମୋର ପଞ୍ଚାୟତରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

author img

By

Published : Nov 21, 2021, 8:57 PM IST

ବେଗୁନିଆ ବ୍ଲକ ସିମୋର ପଞ୍ଚାୟତରେ ଜାରି ରହିଥିବା ୨୭ତମ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। କଣ୍ଟାମଳିମ ଜୟ ଦୁର୍ଗା ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟ । ଅଧିକ ପଢ଼ନ୍ତୁ

ସିମୋର ପଞ୍ଚାୟତରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ସିମୋର ପଞ୍ଚାୟତରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖୋର୍ଦ୍ଧା : ବେଗୁନିଆ ବ୍ଲକ ସିମୋର ପଞ୍ଚାୟତରେ ଜାରି ରହିଥିବା ୨୭ତମ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। କଣ୍ଟାମଳିମ ଜୟ ଦୁର୍ଗା ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟ । ଫାଇନାଲ ମ୍ୟାଚ୍‌ରେ ଅହମଦିଆ ସ୍ପୋର୍ଟିଂ କେରଙ୍ଗ ଏବଂ ୭୮୬ ନୟାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଆଜିର(ରବିବାର) ଏହି ଦମଦାର ମ୍ୟାଚରେ ଅହମଦିଆ ସ୍ପୋର୍ଟିଂ କେରଙ୍ଗକୁ 3-1ଗୋଲରେ ମାତ୍‌ ଦେଇ ଟାଇଟଲ ଜିତି ନେଇଛି ୭୮୬ ନୟାଗଡ଼ । ଜାତୀୟସ୍ତରୀୟ ରେଫରି ଅଶୋକ କୁମାର କହଁ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ । ତାଙ୍କୁ ଲାଇନରେ ସହାୟତା କରିଥିଲେ ରାଜ୍ୟସ୍ତରୀୟ ରେଫରି ଶେଖବତ ଅଲ୍ଲୀ ଖାଁ ଏବଂ ଗିରିଶ ଚନ୍ଦ୍ର ଜାନି । ଜାତୀୟ ସ୍ତରର କମିଶନର ଦୟାନ ଖାଁ ମ୍ୟାଚ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ ।

ଆଜିର ମ୍ୟାଚ୍‌କୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ସିମୋର ସରପଞ୍ଚ ସରୋଜିନୀ ଖୁଣ୍ଟିଆ, ସମ୍ମାନୀତ ଅତିଥି ବେଗୁନିଆ ଆତ୍ମା ଅଧ୍ୟକ୍ଷ ଶ୍ରୀନିବାସ ରାୟ, ଶିକ୍ଷାବିତ ଶରତ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.