ETV Bharat / state

ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ, ରାଜ୍ୟ ରାଜନୀତି ସଂପର୍କରେ କେନ୍ଦ୍ର ନେତୃତ୍ୱଙ୍କୁ ଜଣାଇବେ

author img

By ETV Bharat Odisha Team

Published : Dec 17, 2023, 6:12 PM IST

BJP MLA To Visit Delhi: ୧୯ରେ ଦିଲ୍ଲୀ ଯାଉଛନ୍ତି ବିଜେପିର ୨୨ ବିଧାୟକ । କେନ୍ଦ୍ର ନେତୃତ୍ବକୁ ଭେଟିବାକୁ ଦିଲ୍ଲୀ ଯିବେ । ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ମଧ୍ୟ ଭେଟି ଭେଟିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଅଧିକ ପଢ଼ନ୍ତୁ

ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ
ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ

ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ

ଭୁବନେଶ୍ବର: ଦିଲ୍ଲୀ ଗସ୍ତ କରିବେ ବିଜେପି ବିଧାୟକ । ୧୯ ତାରିଖରେ ଦିଲ୍ଲୀ ଯାଉଛନ୍ତି ବିଜେପିର ୨୨ ବିଧାୟକ । କେନ୍ଦ୍ର ନେତୃତ୍ବକୁ ଭେଟିବାକୁ ଦିଲ୍ଲୀ ଯିବେ । ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ମଧ୍ୟ ଭେଟି ଭେଟିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ବିଧାୟକଙ୍କ ସହ ସାଂସଦ ଏବ ରାଜ୍ୟ ସଭାପତି ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ରାଜନୀତି ସଂପର୍କରେ କେନ୍ଦ୍ର ନେତୃତ୍ୱଙ୍କୁ ଜଣାଇବେ ବିଧାୟକ । କେନ୍ଦ୍ରୀୟ ଯୋଜନା ହଡପ ଏବଂ କେନ୍ଦ୍ରୀୟ ଯୋଜନାରେ ମୋଦିଙ୍କ ଫଟୋ ନଲଗାଇବା ଏନେଇ ଅବଗତ କରିବେ ବୋଲି ସୂଚନା ଦେଇଛନ୍ତି ବିଧାୟକ ପ୍ରଦୀପ୍ତ ନାୟକ । ଏହା ସହ ବିଜେପି ସହ ମେଣ୍ଟ ହେବ ବୋଲି ପ୍ରଚାର କରି ବିଜେପି କର୍ମୀଙ୍କ ମନୋବଳ ଭାଙ୍ଗୁଛି ବିଜେଡି । ଏ ବିଷୟରେ ମଧ୍ୟ କେନ୍ଦ୍ର ନେତୃତ୍ଵଙ୍କୁ ଅବଗତ କରିବେ ବିଧାୟକ ।

ତେବେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବିଜେପି ବିଧାୟକ । ସଂସଦ ଅଧିବେଶନ ଚାଲିଥିବାରୁ ବର୍ତ୍ତମାନ ଦିଲ୍ଲୀରେ ଦଳର ସବୁ ସାଂସଦ ରହିଛନ୍ତି । ଏହି ସାକ୍ଷାତ ସମୟରେ ବିଧାୟକଙ୍କ ସହିତ ସାଂସଦମାନେ ମଧ୍ୟ ଓଡ଼ିଶାର ବର୍ତ୍ତମାନ ସ୍ଥିତି ନେଇ ଦଳୀୟ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବେ । ତେବେ ରାଜ୍ୟ ବିଧାନସଭା ସହିତ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଛି । ନିକଟରେ ଦେଶର ୫ଟି ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ବଡ଼ ରାଜ୍ୟରେ ବିଜେପିର ବୃହତ୍ ବିଜୟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଧାୟକ ଓ ସାଂସଦଙ୍କ ଦଳୀୟ ନେତୃବର୍ଗଙ୍କୁ ସାକ୍ଷାତ ଆଲୋଚନା ରାଜନୈତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ......ଓଡ଼ିଶାରେ ବିଧିବ୍ୟବସ୍ଥା ଠିକ ନାହିଁ, ଲୋକେ ଏଠି ଭୟର ବାତାବରଣରେ ରହୁଛନ୍ତି: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ

ସେହିପରି ଚଳିତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଆସିବା ସହ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଓଡିଶା ଆସିବାକୁ ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ, ୨୦୨୪ ନିର୍ବାଚନ ପ୍ରଚାର ପଶ୍ଚିମ ଓଡିଶାରୁ ଆରମ୍ଭ କରୁଛି ବିଜେପି । ଏହାରି ଭିତରେ କେନ୍ଦ୍ରୀୟ ନେତୃତ୍ୱମାନେ ବାରମ୍ବାର ଓଡିଶା ଆସୁଛନ୍ତି । ଡିସେମ୍ବର ମାସ ଶେଷ କିମ୍ବା ଜାନୁଆରୀରେ ବିଜେପିର ଚାଣକ୍ୟ ଅମିତ ଶାହ ଭଦ୍ରକ ଜିଲ୍ଲା ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିଶା ଆସିବାର ଅଛି । ତେଣୁ ବିଜେପିର ନଜର ଏବେ ଓଡ଼ିଶା ଉପରେ ରହିଛି । ତିନି ରାଜ୍ଯରେ ବିଜେପି ଜିତିସାରିବା ପରେ ଏବେ ଓଡିଶା ଉପରେ ନଜର । ଓଡିଶାରେ ଡ଼ବଲ ଇଞ୍ଜିନ୍ ସରକାର କରିବାକୁ ବିଜେପି ପ୍ରୟାସ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.