ETV Bharat / state

ପାଖେଇ ଆସୁଛି ନିର୍ବାଚନ, ଡିସେମ୍ବର ୩ ପରେ ଜୋର ଧରିବ ଦଳ ବଦଳ ପ୍ରକ୍ରିୟା

author img

By ETV Bharat Odisha Team

Published : Nov 14, 2023, 8:09 PM IST

Updated : Nov 14, 2023, 8:34 PM IST

ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଡିସେମ୍ବର ୩ ପରେ ଜୋର ଧରିବ ଦଳ ବଦଳ ପ୍ରକ୍ରିୟା । ଅଧିକ ପଢନ୍ତୁ

party switching
party switching
ପାଖେଇ ଆସୁଛି ନିର୍ବାଚନ, ଡିସେମ୍ବର ୩ ପରେ ଜୋର ଧରିବ ଦଳ ବଦଳ ପ୍ରକ୍ରିୟା

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ ୨୦୨୪ । ନିଜର ରାଜନୈତିକ ଭବିଷ୍ୟତ ନେଇ ଅଙ୍କ କଷୁଛନ୍ତି ବିଭିନ୍ନ ଦଳର ରାଜନୈତିକ ବ୍ୟକ୍ତି । ନିଜ ଦଳ ଟିକେଟ ଦେବ ନା ବିକଳ୍ପ ଲାଗି ଅନ୍ୟ ଦଳ ସହ ଯୋଗାଯୋଗ କରି ଡେଇଁବାକୁ ପଡିବ, ସେ ନେଇ ଏବେ ଚାଲିଛି ବହୁ ନେତାଙ୍କ ବିଚାର ବିମର୍ଶ ପର୍ବ । ଡିସେମ୍ବର ୩ ପରେ ରାଜ୍ୟରେ ଦଳ ବଦଳ ପ୍ରକ୍ରିୟା ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି ।

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ନେତାଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ । କିଏ ହେବେ ପାସ ଓ କିଏ ହେବେ ଫେଲ, ନେତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବେ ଜନତା । ବିଜୟ ଓ ପରାଜୟର ମାନ ନିର୍ଦ୍ଧାରଣ ପୂର୍ବରୁ ନିର୍ବାଚନରେ ଲଢ଼ିବା ଗୁରୁତ୍ବ ରଖୁଛି । ହେଲେ କେଉଁଠି, କେଉଁ ଦଳ ଓ କେଉଁ ସମୀକରଣରେ ନିର୍ବାଚନ ଲଢ଼ିଲେ ବିଜୟ ହେବ ତାହାର ଅଙ୍କ କଷା କରୁଛନ୍ତି ନେତା । ଦଳୀୟ ଟିକେଟ ମିଳିବ ନା ଅନ୍ୟ ଦଳ ଉପରେ ଭରସା କରିବାକୁ ପଡିବ ତାହା ନେଇ ମାନସ ମନ୍ଥନ କରୁଛନ୍ତି ନେତା । ଦଳ ବଦଳିଲେ କର୍ମୀଙ୍କ ସମର୍ଥନ ପୂର୍ବ ପରି ମିଳିବ ନା ହାତ ଛାଡିବେ ତାହାର ଅକାଳନ ମଧ୍ୟ କରୁଛନ୍ତି ନେତା ।

ବିଭିନ୍ନ ଦଳରେ ଅଣଦେଖା ଓ ଲୋକଙ୍କ ଲାଗି କାମ କରିବାକୁ ସୁଯୋଗ ଅଭାବରୁ ଅନେକ ନେତା ଦଳ ବଦଳେଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ବିଜେଡିରେ ଏହି ନେତାଙ୍କ ସଂଖ୍ୟା ଅଧିକ ଅଛି । ବିଜେଡିରେ ଏହା ହେବ ସ୍ବାଭାବିକ କଥା । କାରଣ ବିଜେଡି ହେଉଛି ରାଜ୍ୟରେ ବଡ଼ ଦଳ ଓ ନେତାଙ୍କ ସଂଖ୍ୟା ମଧ୍ୟ ଅଧିକ । ଏମିତି ଅବସ୍ଥା ଥିବା କିଛି ବଡ଼ ନେତା ହେଉଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, କଟକର ପୂର୍ବତନ ବିଧାୟକ ଋଷି ସାମନ୍ତରାୟ ଓ ଅନେକ । ଅବଶ୍ୟ କିଛି ଦିନ ପୂର୍ବରୁ ସଞ୍ଜୟଙ୍କୁ ଦଳ ସଂଗଠନ ଦାୟିତ୍ବ ଦେଇଛି । ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇ ଦଳ ସଞ୍ଜୟଙ୍କୁ ଲଲିପପ ଧରେଇଥିବା କୁହାଯାଉଛି ।

ଏହା ବି ପଢନ୍ତୁ- ବିଜେପି ଯିବେ କି ପ୍ରଦୀପ ? ତାଙ୍କ ପାଇଁ ଦ୍ୱାର ଖୋଲା ଅଛି କହିଲେ ମନମୋହନ ସାମଲ

ସେହିପରି ବିଜେଡିରୁ ବିଦା ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଏମାନେ ଅନ୍ୟ ଦଳକୁ ଯିବାକୁ ଯୋଗାଯୋଗରେ ଥିବା କୁହାଯାଉଛି । ବିଜେପି ଓ କଂଗ୍ରେସର କିଛି ନେତା ବିଜେଡିକୁ ଆସିବା ଲାଗି ଗୋଡ କାଢିଥିବା ଜଣାପଡିଛି । କିନ୍ତୁ ନେତାଏ ଉପଯୁକ୍ତ ସମୟକୁ ଅପେକ୍ଷା କରିଛନ୍ତି । ବିଶେଷ କରି ଆସନ୍ତା ମାସ ୩ ତାରିଖରେ ଦେଶର ୫ ରାଜ୍ୟରେ ହୋଇଥିବା ନିର୍ବାଚନର ଫଳାଫଳକୁ ସମସ୍ତଙ୍କର ନଜର । ଫଳାଫଳ ଅନୁସାରେ ନେତା ନିଜର ରାଜନୈତିକ ଚାଲ ଖେଳିବେ ।

ଏ ନେଇ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ନିର୍ବାଚନ ପୂର୍ବରୁ ଦଳବଦଳ ଏକ ସ୍ବାଭାବିକ ପ୍ରକ୍ରିୟା । ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ କିଏ କେଉଁଠି ଟିକେଟ ପାଇବ, କିଏ କାହାକୁ ସମର୍ଥନ କରିବ ତାହା ତାଙ୍କର ମୌଳିକ ଅଧିକାର । ଏଇଟା କିଛି ନୂଆ କଥା ନୁହେଁ । ନିର୍ବାଚନ ଯେତେ ପାଖେଇ ଆସିବ, ଯିଏ ଯେଉଁ ଦଳରୁ ଟିକେଟ ଆଶାୟୀ ଥିବ ଟିକେଟ ନପାଇଲେ ଆଉ କେଉଁ ଦଳକୁ ଯିବ । ଏହା ସ୍ବାଭାବିକ କଥା । ଏ ଘଟଣା ଚାଲିବ । ନିର୍ବାଚନ ପାଖେଇ ଆସିଲେ ଆଉ ଅଧିକ ହେବ ।"

ଏହା ବି ପଢନ୍ତୁ- ମହେଶ୍ବର ମହାନ୍ତିଙ୍କ ପରେ ଖାଲି ପଡ଼ିଛି ଗାଦି, ପୁରୀ ସଦର ଆସନରେ କିଏ ଧରିବ ବିଜେଡି ମଙ୍ଗ ?

ସେପଟେ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି,"ନିର୍ବାଚନ ଆସିଲେ ଦଳ ବଦଳ ହୁଏ । ନେତା ନିଜର ଅପସନ ଓପନ ରଖିଥାନ୍ତି । ଅନ୍ୟ ଦଳ ସହିତ ସମନ୍ବୟ ଓ ଯୋଗାଯୋଗ ସ୍ଥାପନ କରୁଛନ୍ତି ନେତା । ୨୦୧୯ ନିର୍ବାଚନ ପୂର୍ବରୁ ବହୁତ ନେତା ଏପଟ ସେପଟ ହୋଇଥିଲେ । ଏଥର ମଧ୍ୟ ସେମିତି ହେବ । ବିଜେଡିରେ ଯେଉଁମାନେ ଟିକେଟ୍‌ ନପାଇବେ ତାଙ୍କ ପାଇଁ ପ୍ରଥମ ଅପସନ ହେଉଛି ବିଜେପି । ଦ୍ୱିତୀୟରେ କଂଗ୍ରେସ । କଂଗ୍ରେସରେ ଯିଏ ଜିତିଲା ପରି ନେତାଙ୍କ ଉପରେ ବିଜେଡିର ଆଖି ରହିଛି । ଗଲା ଥର ଯାଇଥିଲେ, ଏଥର ବି ଯିବେ । ଏ ପ୍ରକ୍ରିୟା ନିର୍ବାଚନ ପୂର୍ବରୁ ଚାଲେ । ଆଗକୁ ମଧ୍ୟ ଚାଲିବ । ସବୁ ଏପଟସେପଟ ନିର୍ଭର କରିବ ଡିସେମ୍ବର ୩ ଫଳାଫଳ ଉପରେ । ଯେଉଁଠି ୫ ରାଜ୍ୟର ରେଜଲଟ ଆସିବ । ସେତେବେଳେ ଅଧିକାଂଶ ରାଜନେତା ସେମାନଙ୍କ ମନୋଭାବ ସ୍ପଷ୍ଟ କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 14, 2023, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.