ETV Bharat / state

ପ୍ଲଟ ପାଇଁ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡର ୭ ବର୍ଷ ପରେ ଆସିଲା ରାୟ

author img

By

Published : Oct 29, 2022, 8:02 PM IST

୨୦୧୫ ମସିହା ହତ୍ୟାକାଣ୍ଡର ରାୟ ଶୁଣାଣୀ କଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ । ଦୁଇଟି ପ୍ଲଟ ହାତେଇବା ପାଇଁ ଶ୍ବଶୁର ଘର ଲୋକଙ୍କୁ ହତ୍ୟା କରିଥିଲା ଜ୍ବାଇଁ । ଅଧିକ ପଢନ୍ତୁ

ପ୍ଲଟ ପାଇଁ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡର ୭ ବର୍ଷ ପରେ ରାୟ ଶୁଣାଣୀ

ଭୁବନେଶ୍ବର: ପ୍ଲଟ ପାଇଁ ରାଜଧାନୀରେ ଟ୍ରିପଲ ମର୍ଡର (Triple murder in Bhubaneswar) । ପ୍ଲଟ ହାତେଇବା ପାଇଁ ଶ୍ବଶୁର ଘର ଲୋକଙ୍କୁ ହତ୍ୟା କଲା ଜ୍ବାଇଁ । ଗତ ୨୦୧୫ ମସିହାରେ ଭୁବନେଶ୍ବରର ଭରତପୁର ଆଖଣ୍ଡଳମଣ ବସ୍ତିରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ । ଅଭିଯୁକ୍ତ ଜ୍ବାଇଁ ପ୍ରଦୀପ କୁମାର ପଣ୍ଡା ୨ଟି ପ୍ଲଟ ହାତେଇବା ପାଇଁ ରଚିଥିଲା ଏହି ହତ୍ୟା ଷଡଯନ୍ତ୍ର । ଏହି ହତ୍ୟାକାଣ୍ଡର ୭ ବର୍ଷ ପରେ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ(District Court and Sessions Judge) ଏହାର ଶୁଣାଣୀ ହୋଇଥିଲା । ଅତିରିକ୍ତ ଜିଲ୍ଲା ଦୋରାଜଜ ଶଶ୍ମିତା ପାଢୀ ଏହାର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-458 କୋଟି ଭିତ୍ତିପ୍ରସ୍ତର ସ୍ଥାପନ ସହ 30 କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ସୋମବାର ରାୟ ପ୍ରକାଶ ପାଇବ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ କୁମାର ପଣ୍ଡାକୁ ଦୋଷୀ ସାବସ୍ତ୍ୟ କରିଛନ୍ତି କୋର୍ଟ । ଗତ ୨୦୧୫ମସିହାରେ ଜିଏ ପ୍ଲଟ ହାତେଇବା ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥଲା ଅଭିଯୁକ୍ତ ଜଣଙ୍କ । ଅଭିଯୁକ୍ତ ପ୍ରଦୀପ ପଣ୍ଡା ନିଜର ଗୋସେଇ ଶାଶୁ ସୁକାନ୍ତି ସାହୁ, ଗୋସେଇ ଶ୍ବଶୁର ଚକ୍ରଧର ସାହୁ ଓ ଆଇ ଶାଶୁ ଶାନ୍ତିଲତା ପତିଙ୍କୁ ହତ୍ୟା କରିଥିଲା ପ୍ରଦୀପ । ଦୁଇଟି ପ୍ଲଟୁ ନିଜ ନାମକୁ କରିଦେବାକୁ ଏପରି ହତ୍ୟାକାଣ୍ଡ ଘଟିଥିଲା । ଯାହାର‌ ସାକ୍ଷୀ ପ୍ରମାଣ ଓ ତତ୍କାଳୀନ ଖଣ୍ଡଗିରି ଆଇଆଇସି ନେତୃତ୍ବରେ ରଖାଯାଇଥିବା ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଆଜି କୋର୍ଟରେ ଉପଯୁକ୍ତ ଯୁକ୍ତି ଉପସ୍ଥାପନା କରିଥିଲେ ସରକାରୀ ଓକିଲ ପ୍ରଦୀପ କୁମାର ମିଶ୍ର ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.