ETV Bharat / state

ମୁଣ୍ଡ ଟେକୁଛି ବଡ଼ ବିପଦ, ୨୦୫୦ ବେଳକୁ ୨୦୦ କିମି ସମୁଦ୍ରକୂଳ ଲୀନ ହୋଇଯିବ!

author img

By

Published : Mar 14, 2023, 7:19 AM IST

ଓଡ଼ିଶା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ମାଡ଼ି ଆସୁଛି ବଡ଼ ବିପଦ । ଆସନ୍ତା ୨୦୫୦ ସୁଦ୍ଧା ରାଜ୍ୟର ୨୦୦ କିଲୋମିଟରରୁ ଅଧିକ ସମୁଦ୍ରକୂଳ ବୁଡ଼ି ଯିବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

200 km odisha coast to face erosion by 2050 new study

ଭୁବନେଶ୍ବର: ସମୁଦ୍ର ଜଳପତନକୁ ନେଇ ମୁଣ୍ଡ ଟେକୁଛି ବଡ଼ ବିପଦ । ଆସନ୍ତା ୨୦୫୦ ବେଳକୁ ରାଜ୍ୟର ୨୦୦ କିଲୋମିଟରରୁ ଅଧିକ ସମୁଦ୍ରକୂଳ ସମୁଦ୍ର ଗର୍ଭର ଲୀନ ହୋଇଯିବ । ନିଶ୍ଚିହ୍ନ ହୋଇଯିବ ଅନେକ ଅଞ୍ଚଳ । ନିକଟରେ ସାତଟି ବିଶ୍ବବିଦ୍ୟାଳୟର ଗବେଷଣାକାରୀଙ୍କ ଦ୍ବାରା ପରିଚାଳିତ ଅଧ୍ୟୟନ ରିପୋର୍ଟରେ ଏଭଳି ତଥ୍ୟ ପ୍ରକାଶ ପାଇଛି ।

ତଥ୍ୟ ଅନୁଯାୟୀ, ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଅଧିକ ପଙ୍କ ପ୍ରବାହ ଏବଂ ଜଳ ପରିମାଣ ହ୍ରାସ ହେତୁ ସମୁଦ୍ର ଅଧିକ ଶକ୍ତିଶାଳୀ ହେଉଛି । ଓଡ଼ିଶାର ୪୮୦ କୋଲିମିଟର ଉପକୂଳବର୍ତ୍ତୀ ଅଞ୍ଚଳର ୪୫ ପ୍ରତିଶତ ଅଞ୍ଚଳ କ୍ଷୟକ୍ଷତି ହେବ ବୋଲି ଗବେଷଣାକାରୀମାନେ ପୂର୍ବାନୁମାନ କରିଛନ୍ତି । ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ଏହା ୫୫ ପ୍ରତିଶତକୁ ବୃଦ୍ଧି ପାଇବ । ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକେ ବିଶେଷ ଭାବେ ପ୍ରଭାବିତ ହେବେ ।

ଓଡ଼ିଶା ଉପକୂଳର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ତଥା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା । ଅଧ୍ୟୟନ ମୁତାବକ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ରୁଷିକୂଲ୍ୟା, ବାହୁଡ଼ା ସମୁଦ୍ରରେ ପ୍ରଚୁର ପରିମାଣର ପଙ୍କ ଭର୍ତ୍ତି କରିଥାଏ । ଫଳରେ ସମୁଦ୍ର ଫୁଲୁଥିବା ଅନୁମାନ କରାଯାଉଛି । ତେଣୁ ଉପକୂଳ ଓଡ଼ିଶା ଧୀରେଧୀରେ କ୍ଷୟକ୍ଷତିର ହଟସ୍ପଟ ଭାବେ ପରିଣତ ହେଉଥିବା ତଥ୍ୟ କହିଛି । ୧୯୯୦ରୁ ୨୦୨୦ ମଧ୍ୟରେ ଗଞ୍ଜାମର ବକ୍ସିପାଲି ଏବଂ ପୋଡ଼ାମ୍ପେଟା ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠା ଓ ସତଭାୟା ଉପକୂଳ ସର୍ବାଧିକ କ୍ଷୟ ହୋଇଥିଲା ।

ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୯୯୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସିପାଲିର କୂଳ ପ୍ରାୟ ୩୮ ମିଟର ହ୍ରାସ ପାଇଛି । ଯାହା ପ୍ରାୟ ୫୭ ମିଟରକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ସେହିପରି ପୋଡ଼ାମ୍ପେଟାର କୂଳ ୧୯୯୦ରୁ ଏପର୍ଯ୍ୟନ୍ତ ୫୨.୩୬ ମିଟର ହ୍ରାସ କରିଛି । ୨୦୨୫ ସୁଦ୍ଧା ଏହା ୪୪ ମିଟର ଅଧିକ ହେବ ବୋଲି ପୂର୍ବାନୁମାନ କରାଯାଇଛି । ପୁରୀର ବଳିଆପଣ୍ଡା ବେଳାଭୂମିରେ ସମୁଦ୍ର କୂଳ ପାଖାପାଖି ୬୭ ମିଟର ହ୍ରାସ ପାଇଛି । ଆଗକୁ ଏହା ତୀବ୍ର ହେବ ବୋଲି ଅନୁମାନ କରାଯାଇଛି । ଚନ୍ଦ୍ରଭାଗା ବେଳାଭୂମିରେ ମଧ୍ୟ ସମାନ ପରିମାଣର କ୍ଷୟକ୍ଷତି ପରିଲକ୍ଷିତ ହୋଇଛି । ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ଏବଂ ସୁବର୍ଣ୍ଣରେଖା ମଧ୍ୟରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ମଧ୍ୟ ଦୁର୍ବଳ ହୋଇପଡ଼ିଛି । କାରଣ ଉଭୟ ନଦୀର କୂଳ ପ୍ରାୟ ୪୦ ମିଟର ଏବଂ ୬୬୦ ମିଟର କ୍ଷୟକ୍ଷତି ହୋଇଥିବା ତଥ୍ୟରେ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.