ETV Bharat / state

ବଢୁଛି ସଂକ୍ରମଣ, ଖୋର୍ଦ୍ଧାର 2ଟି ଗାଁ କଣ୍ଟେନମେଣ୍ଟ ଜୋନ୍ - କୋରୋନା ସଂକ୍ରମଣ

ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଖୋର୍ଦ୍ଧାର 2 ଟି ଗ୍ରାମ କଣ୍ଟେନମେଣ୍ଟ ଜୋନ୍
ଖୋର୍ଦ୍ଧାର 2 ଟି ଗ୍ରାମ କଣ୍ଟେନମେଣ୍ଟ ଜୋନ୍
author img

By

Published : May 22, 2021, 7:32 AM IST

ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରିଛନ୍ତି । ତେବେ କୋରୋନାର ଏହି ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ସହ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଖୋର୍ଦ୍ଧା ବେଗୁନିଆ ବ୍ଲକ ସିକୋ ପଞ୍ଚାୟତରେ 7 ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୁଇଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

ଖୋର୍ଦ୍ଧାର 2 ଟି ଗ୍ରାମ କଣ୍ଟେନମେଣ୍ଟ ଜୋନ୍
ଖୋର୍ଦ୍ଧାର 2 ଟି ଗ୍ରାମ କଣ୍ଟେନମେଣ୍ଟ ଜୋନ୍

ତେବେ ଖାଡିପଦର ଗ୍ରାମରୁ 4 ଜଣ ଓ ବୋରିଗୁଆଁ ଗ୍ରାମରୁ 3 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଯେପରି ବାହାର ଲୋକ ଭିତରକୁ ଓ ଅବରୋଧ ଅଞ୍ଚଳରୁ ବାହାରକୁ ନଯିବେ ସେଥିପ୍ରତି ଧ୍ୟାନ ଦେବାକୁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି କଣ୍ଟେନମେଣ୍ଟ ଜୋନ ଶୁକ୍ରବାର ସନ୍ଧ୍ୟା ୭ଟା ଠାରୁ ଆସନ୍ତା ୩୦ ତାରିଖ ରାତି ୯ଟା ପର୍ଯ୍ୟନ୍ତ ୭ଦିନ ପାଇଁ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଉପଜିଲ୍ଲାପାଳ । ସେହିପରି ଅବରୋଧ ଅଞ୍ଚଳକୁ ସାନିଟାଇଜ ପାଇଁ ବେଗୁନିଆ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.