ETV Bharat / state

ବୋଲଗଡ଼ ପଞ୍ଚାୟତର 2 ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୋଲଗଡ଼ ପଞ୍ଚାୟତର ଦୁଇଟି ଗ୍ରାମକୁ ଏକ ସପ୍ତାହ ପାଇଁ ଅବରୋଧ ଅଞ୍ଚଳ ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 6, 2020, 2:00 AM IST

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ବୋଲଗଡ଼ ପଞ୍ଚାୟତର 2 ଗ୍ରାମ

ଖୋର୍ଦ୍ଧା: ବୋଲଗଡ଼ ପଞ୍ଚାୟତର ଦୁଇଟି ଗ୍ରାମକୁ ଏକ ସପ୍ତାହ ପାଇଁ ଅବରୋଧ ଅଞ୍ଚଳ ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଘୋଷଣା କରିଛନ୍ତି ।

ବୋଲଗଡ଼ ଓ ସଂଲଗ୍ନ ଗ୍ରାମ ତୃତୀୟାପଡା ଉଭୟ ଗ୍ରାମ ଅଞ୍ଚଳରେ ୩୧ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିନେଇ ଗୋଷ୍ଠୀ ସଂକ୍ରମଣ ସମ୍ଭାବନାକୁ ଏଡ଼ାଇବା ପାଇଁ ଆସନ୍ତାକାଲି ରବିବାର ସକାଳ ୭ଟାରୁ ଆଗାମୀ ରବିବାର ସକାଳ ୭ଟା ପର୍ଯ୍ୟନ୍ତ ବୋଲଗଡ଼ ଓ ତୃତୀୟାପଡା ଅଞ୍ଚଳରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ ବେସରକାରି ଅନୁଷ୍ଠାନ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସପ୍ତାହ ମଧ୍ୟରେ ଅବରୋଧ ଅଞ୍ଚଳରେ ସାନିଟାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବ୍ଳକର କନିଷ୍ଠ ଯନ୍ତ୍ରୀ ଅମୀୟ କୁମାର ବାହିନପତିଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବୋଲଗଡ଼ ଦମକଳ କେନ୍ଦ୍ର ଅଧିକାରୀ ନିରଞ୍ଜନ ବେହେରାଙ୍କୁ ଅବରୋଧ ଅଞ୍ଚଳକୁ ସାନିଟାଇଜ କରାଇବା ପାଇଁ ନିର୍ଦ୍ଦେଶ ରହିଥିବାର ସୂଚନା ମିଳିଛି ।

ସେହିପରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅରୁଣ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟ ସହିତ କୋରୋନା ଟେଷ୍ଟିଙ୍ଗ କରାଇବାକୁ ସଚେତନତା କରିଛନ୍ତି । ଏହା ସହିତ ସିଡିପିଓ ବନବାସିନୀ ବେହେରା ନେତୃତ୍ବରେ ଆରଆରଟି ଟିମ ସହଯୋଗରେ ଘରଘର ବୁଲି ସର୍ଭେ କାର୍ଯ୍ୟ କରାଯିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି । ଅବରୋଧ ଅଞ୍ଚଳର ଅବଶ୍ୟକୀୟ ସମସ୍ତ କାର୍ଯ୍ୟ ଗୁଡିକୁ ବୋଲଗଡ଼ ବିଡ଼ିଓ ଧୋବେଇ ନାଏକ ତଦାରଖ କରିବେ ବୋଲି ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.