ETV Bharat / state

Economy in Post Covid Era: ୨ଦିନିଆ ସମ୍ମିଳନୀରେ ଯୋଗଦେଲେ ଅର୍ଥନୀତି ବିଶେଷଜ୍ଞ - କୋରୋନା ମହାମାରୀ ପରେ ଆର୍ଥିକ ସ୍ଥିତି

ବିଜେବି କଲେଜ ପକ୍ଷରୁ ଆୟୋଜିତ ହୋଇଛି ୨ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ । ଏହି ସମ୍ମିଳନୀରେ ଅନେକ ଅର୍ଥନୀତି ବିଶେଷଜ୍ଞ ଯୋଗଦେଇ କୋରୋନା ପରେ ଆର୍ଥିକ ଓ ମାନସିକ ସ୍ତରରେ ଦେଖାଦେଇଥିବା ଅସ୍ଥିରତାରେ ସ୍ଥିରତା ଆଣିବା ସମ୍ପର୍କରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Economy in Post Covid Era
Economy in Post Covid Era
author img

By

Published : Feb 18, 2023, 7:16 PM IST

ଭୁବନେଶ୍ବର: କୋରୋନା ମହାମାରୀ ପରେ ଅର୍ଥନୀତି ଏକ ପ୍ରକାର ଦୋହଲି ଯାଇଛି । ଲୋକଙ୍କଠାରୁ ଆରମ୍ଭ କରି ଦେଶର ଅର୍ଥନୀତି ଏକ ପ୍ରକାର ଦୁର୍ବଳ ସ୍ଥିତିରେ ରହିଛି । ଏ ନେଇ ଅନେକ ମାନସିକ ସ୍ତରରେ ଅସୁସ୍ଥ ରହିଛନ୍ତି । ତେବେ ଆର୍ଥିକ ଓ ମାନସିକ ସ୍ତରରେ ଯେଉଁ ଅସ୍ଥିରତା ଦେଖାଦେଇଛି ତାହା ଉପରେ ଆଲୋଚନା କରି କିଭଳି ଭାବରେ ସେ ସବୁ କ୍ଷେତ୍ରରେ ସ୍ଥିରତା ଆଣିପାରିବା ସେନେଇ ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୀତି ବିଶେଷଜ୍ଞ ଆଲୋଚନା କରିଛନ୍ତି । ଏଥିଲାଗି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଛି ।

କୋରୋନା ମହାମାରୀର ପ୍ରଭାବରେ ସମଗ୍ର ବିଶ୍ବ ଅର୍ଥନୀତିରେ ଯେଉଁ ଆର୍ଥିକ ଏବଂ ମାନସିକ ସମସ୍ୟାଗୁଡ଼ିକ ଦେଖାଯାଇଥିଲା ସେହି ସମସ୍ୟା ସମାଧାନ କରି କିପରି ଆମେ ଆର୍ଥିକ ଓ ମାନସିକ ସ୍ଥରରେ ସ୍ଥିରତା ଆଣିପାରିବା ସେନେଇ ଏକ ପ୍ରୟାସ କରାଯାଉଛି। ଯାହା ପୁଣିଥରେ ଅର୍ଥନୀତି ମୂଳ ସ୍ତରକୁ ଆସିବାର ସମ୍ଭାବନା ରହିଛି। ତେବେ ଏନେଇ ଶନିବାର ବିଜେବି କଲେଜରେ ଆୟୋଜିତ ହୋଇଛି ୨ ଦିନିଆ କାର୍ମଶାଳା । ଯାହା ଅନ୍ତର୍ଜାତୀୟ ସ୍ତରର ଅର୍ଥନୀତିଜ୍ଞ ଶିକ୍ଷାବିତମାନେ ଅଂଶଗ୍ରହଣ କରିଛନ୍ତି। ଯେପରିକି ଏହି କର୍ମଶାଳାରେ ଜାପାନ କେନିୟା ଆଫ୍ରିକା ଡେନମାର୍କ ମାଲେସିଆ ଦେଶ ସମେତ ଭାରତର ନାମିଦାମୀ IITରୁ ମଧ୍ୟ ଆସିଛନ୍ତି ଅନେକ ବରିଷ୍ଠ ପ୍ରଫେସର ଏବଂ ବିଶେଷଜ୍ଞ।

ଏହା ବି ପଢନ୍ତୁ-କ୍ରୀଡ଼ାବିତଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏହି ମହାମାରୀ ସାରା ବିଶ୍ବ ଅର୍ଥନୀତିକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି । କୃଷି, କ୍ଷୁଦ୍ର ଶିଳ୍ପ, ବିଶେଷ ଭାବରେ ମାଇଗ୍ରାଣ୍ଟ ସେକ୍ଟର ଆଦିରେ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଏହି ସମ୍ମିଳନୀ ମାଧ୍ୟମରେ ଆର୍ଥିକ ମାନସିକ ସ୍ତରରେ ଯେଉଁ ଅସ୍ଥିରତା ଦେଖାଦେଇଛି ତାହା ଉପରେ ଆଲୋଚନା କରି କିଭଳି ଭାବରେ ସେ ସବୁ କ୍ଷେତ୍ରରେ ସ୍ଥିରତା ଆଣିପାରିବା ସେନେଇ ହୋଇଛି ଆଲୋଚନା । ଏହି ଆଲୋଚନାରୁ ଯାହା ନିଷ୍କର୍ସ ବାହାରିବ ତାହା ସମାଜରେ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ଅର୍ଥନୀତି ବିଭାଗର ମୁଖ୍ୟ ମଧୁପ୍ରତା ଶତପଥୀ ।

ଏପଟେ ଅର୍ଥନୀତ ବିଶେଷଜ୍ଞ ପଞ୍ଚାନନ କାନୁନଗୋ କହିଛନ୍ତି, "ଏହି ବୈଠକରେ ଅନେକ ଦେଶ ତଥା ଦେଶ ବାହାରୁ ଆସିଛନ୍ତି। କୋରୋନା ମହାମାରୀ ସମୟରେ ଯେଉଁ ପ୍ରକାରର ଭୟ ସଞ୍ଚାର ହୋଇଛି ସେମିତି ଆଶା ସଞ୍ଚାର ପାଇଁ ହେଲେ ଚ୍ୟାଲେଞ୍ଜ ଆସିବ। ତାହାକୁ ପାର କରି ଆଗକୁ ବଢ଼ିବାକୁ ପଡ଼ିବ। କୋରୋନା ସମୟରେ ଯେଉଁଭଳି ଭାବରେ ଘଟଣା ଘଟିଥିଲା ଯାହା ସମସ୍ତେ ଅଙ୍ଗେ ନିଭେଇଛନ୍ତି ତାହାକୁ ଏହି ବୈଠକରେ ଆଲୋଚନା କରାଯିବ ।"

ସୂଚନା ଥାଉ କି କୋରୋନା ମହାମାରୀ ୨୦୧୯ ମସିହାରେ ବିଶ୍ବରେ ଆରମ୍ଭ ହୋଇଥିଲା। କିନ୍ତୁ ୨୦୨୦ ମସିହାରେ ଭାରତରେ ମହାମାରୀର ପ୍ରବାହ ସାଙ୍ଘାତିକ ହୋଇଥିଲା । ଏହା ଦ୍ଵାରା ଅର୍ଥନୀତି ଉପରେ ଅଧିକ ପ୍ରଭାବ ପଡିଛି । ଯାହା କିଛି ମାସ ପାଇଁ ବିଶ୍ବ ଦରବାରରେ ଅର୍ଥନୀତି ସମ୍ପୂର୍ଣ ଭାବରେ ଠପ ହୋଇଯାଇଥିଲା । ଏମିତିକି ଶିକ୍ଷା ସ୍ବାସ୍ଥ୍ୟ କ୍ଷୁଦ୍ର ଶିଳ୍ପ ଅନେକ ବିଭାଗ ଅର୍ଥନୀତିରେ ଦୁର୍ବଳ ହୋଇପଡ଼ିଥିଲା । ଏବେ ବି ଅନେକ ଦେଶ ଅର୍ଥନୀତି ସୁଦୃଢ଼ କରିବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.