ETV Bharat / state

Train Tragedy: ଭୁବନେଶ୍ବରରୁ ସ୍ପେଶାଲ ଟ୍ରେନରେ ଚେନ୍ନାଇ ଗଲେ ୧୯୦ ଯାତ୍ରୀ

author img

By

Published : Jun 3, 2023, 3:05 PM IST

ବାହାନଗାରେ ରେଳ ଦୁର୍ଘଟଣା ପରେ ବସ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ଯାତ୍ରୀ । ସ୍ପେଶାଲ ଟ୍ରେନରେ ଚେନ୍ନାଇ ଗଲେ 190 ଜଣ ଯାତ୍ରୀ । ଅଧିକ ପଢନ୍ତୁ

Bahanaga train accident
Bahanaga train accident
Bahanaga train accident

ଭୁବନେଶ୍ବର: ବାହାନଗାରେ ରେଳ ଦୁର୍ଘଟଣା ଘଟଣା । ଭୁବନେଶ୍ବରରେ ଯାତ୍ରୀଙ୍କ ପାଇଁ କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା । 190 ଜଣ ଯାତ୍ରୀଙ୍କୁ 22 କୋଚ ବିଶିଷ୍ଟ ଭୁବନେଶ୍ୱର-ଚେନ୍ନାଇ ସ୍ପେଶାଲ ଟ୍ରେନରେ ପଠାଗଲା ଚେନ୍ନାଇ । ଗତକାଲି ରାତିରେ ବାହାନଗାରୁ ବସ ଯୋଗେ ଭୁବନେଶ୍ବର ଅଣାଯିବା ପରେ ଯାତ୍ରୀଙ୍କୁ ଚିକିତ୍ସା କରାଯାଇଥିଲା । ଏହାପରେ ଆଜି ସ୍ପେଶାଲ ଟ୍ରେନ ଯୋଗେ ଭୁବନେଶ୍ବରରୁ ଚେନ୍ନାଇକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ବେଳେ ଟ୍ରେନରେ ଉପସ୍ଥିତ ଥିବା ଦୁଇ ଜଣ ଟିଟିଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ବର୍ତ୍ତମାନ ଉଭୟ ସୁରକ୍ଷିତ ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଷ୍ଟେସନ ନିର୍ଦ୍ଦେଶକ ।

ଏହା ମଧ୍ୟ ପଢନ୍ତୁ-Train Mishap In Odisha: ଗଲାଣି 261 ଜୀବନ, ଆହୁରି ବଢିବା ଆଶଙ୍କା

ସେ କହିଛନ୍ତି ଯେ, ''ଭୁବନେଶ୍ଵର ଷ୍ଟେସନରେ ଯାତ୍ରୀଙ୍କ ମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି । ଏଥି ସହ ଯାତ୍ରୀମାନେ କିଭଳି ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ଯିବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ଅନେକ ଯାତ୍ରୀଙ୍କୁ ଟ୍ରେନ ଯୋଗେ କଟକ ଭୁବନେଶ୍ଵରକୁ ଅଣାଯାଇଛି । ଅନ୍ୟପଟେ ଅନେକ ଯାତ୍ରୀ ମଧ୍ୟ ସଡ଼କ ପଥରେ ଭୁବନେଶ୍ଵର କଟକ ଆସୁଛନ୍ତି । ଯେଉଁ ଯାତ୍ରୀମାନେ ବାଲେଶ୍ଵରରୁ ଆସିଛନ୍ତି ସେମାନେ ସାମାନ୍ୟ ଗୁରୁତର ରହିଛନ୍ତି । ''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱର ଷ୍ଟେସନରୁ ଗୋଟିଏ ଟ୍ରେନ ବାତିଲ ହୋଇଥିବା ବେଳେ 4 ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ଯେଉଁ ଯାତ୍ରୀ ମାନେ ଭଦ୍ରକ ଏବଂ ବାଲେଶ୍ଵର ଯିବା ପାଇଁ ଇଚ୍ଛା କରୁଛନ୍ତି ସେମାନଙ୍କୁ ସ୍ଥାନୀୟ ଅଧିକାରୀ ଓ ଜିଲ୍ଲାପାଳ ମାନେ ସହଯୋଗ କରୁଛନ୍ତି । ସକାଳ 8 ଟା 40 ସମୟରେ ଟ୍ରେନ ଯୋଗେ ଭୁବନେଶ୍ବରରୁ ଚେନ୍ନାଇକୁ 190 ଜଣ ଯାତ୍ରୀଙ୍କୁ ପଠାଯାଇଛି।

ଏହା ମଧ୍ୟ ପଢନ୍ତୁ-Train Accident: ଆହୁରି ୩ ଘଣ୍ଟା ଲାଗିବ ଉଦ୍ଧାର କାର୍ଯ୍ୟ, Mi-17 ହେଲିକପ୍ଟର ନିୟୋଜିତ

ଯାତ୍ରୀ ଅଜୟ କୁମାର କହିଛନ୍ତି,'' ମୁଁ ଟ୍ରେନରେ ଥିବା ସମୟରେ ଦୁର୍ଘଟଣା ଘଟିଥିଲା । ମୋ ସ୍ତ୍ରୀ ଓ ପିଲାଙ୍କ ସହ ମୁଁ ଚେନ୍ନାଇକୁ ଯାତ୍ରା କରୁଥିଲୁ । ସୌଭାଗ୍ୟ ବସତଃ ଆମେ ବଞ୍ଚି ଯାଇଛୁ । ସମସ୍ତେ ସୁସ୍ଥ ଥିଲେ ମଧ୍ୟ ମନରେ ଭୟ ରହିଛି ।'' ଅଜୟଙ୍କ ପରିବାର ବାଲେଶ୍ବରରୁ ସଡ଼କ ପଥରେ ସିଧାସଳଖ ଭାବରେ ଭୁବନେଶ୍ଵର ଆସିଥିଲେ । କିନ୍ତୁ ଟ୍ରେନ ନ ପାଇବାରୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । ରେଳ ଦୁର୍ଘଟଣା ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୮ରେ ପହଞ୍ଚିଥିବା ନେଇ ସାଉଥ ଇଷ୍ଟନ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.