ETV Bharat / state

ବୁଧବାର ଓଡ଼ିଶାର 19ଟି କୋଇଲା ଖଣିର ହେବ ନିଲାମ

ଆସନ୍ତାକାଲି 5 ରାଜ୍ୟରେ 39ଟି କୋଇଲା ଖଣି ନିଲାମ ହେବ । ସେଥିରେ ଓଡିଶାର 19ଟି ଖଣି ସାମିଲ ରହିଛି । ଅଧିକ ପଢନ୍ତୁ

Coal Mine Auction
ଆସନ୍ତାକାଲି ଓଡିଶାର 19ଟି କୋଇଲା ଖଣି ହେବ ନିଲାମ
author img

By ETV Bharat Odisha Team

Published : Nov 14, 2023, 9:34 AM IST

ଭୁବନେଶ୍ବର: ଚଳିତ ମାସ ୧୫ ତାରିଖରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ ହେବ । ଏଥିରେ ଓଡିଶା ସମେତ ୫ଟି ରାଜ୍ୟର ୩୯ଟି କୋଇଲା ଖଣି ରହିଛି । ଅନ୍ୟ ୪ଟି ରାଜ୍ୟ ହେଲା ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ । ନିଲାମ ହେବାକୁ ଥିବା 39 କୋଇଲା ଖଣିରୁ ଓଡିଶାର 19ଟି ଖଣି ରହିଛି । କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଏହି ସବୁ କୋଇଲା ଖଣିର ବ୍ୟାବସାୟିକ ନିଲାମ କରାଯିବ ।

୨୦୨୦ରେ ଦେଶର କୋଇଲା ଖଣିଗୁଡିକରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ପରିବହନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକ୍ରିୟାରେ ୨୦୨୦ ଜୁନ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଉତ୍ତୋଳନ ପାଇଁ ଖଣି ନିଲାମର ଶୁଭାରମ୍ଭ କରିଥିଲେ । ତା’ ପରଠାରୁ କୋଇଲା ମନ୍ତ୍ରଣାଳୟ ୭ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରେ ଥିବା କୋଇଲା ଖଣିଗୁଡିକର ବ୍ୟବସାୟିକ ନିଲାମ କାର୍ଯ୍ୟ ଶେଷ କରିଛନ୍ତି ।

ସଫଳ ନିଲାମଧାରୀ ଏହିସବୁ ଖଣିରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ପାଦନ କରୁଛନ୍ତି । ଏହି ସାତ ପର୍ଯ୍ୟାୟରେ ଦେଶର ୯୧ଟି କୋଇଲା ଖଣିକୁ ନିଲାମ ଦିଆଯାଇଛି । ଏସବୁ ଖଣିରୁ ବାର୍ଷିକ ସର୍ବୋଚ୍ଚ ୨୨୧ ନିୟୁତ ଟନ କୋଇଲା ଉତ୍ତୋଳିତ ହେଉଛି । ସରକାର ଖଣିଜ ଆଇନର ସଂଶୋଧନ କରିବା ଫଳରେ କୋଇଲା କ୍ଷେତ୍ରରେ ଖଣିର ବ୍ୟାବସାୟିକ ନିଲାମ ପ୍ରକ୍ରିୟା ସହଜ ହୋଇଛି । ଏହା ଫଳରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥା ନିଲାମରେ ଭାଗ ନେଇ ଖଣିରୁ କୋଇଲା ଉତ୍ତୋଳନ ଅଧିକାର ପାଉଛନ୍ତି ।

ଏହା ବି ପଢନ୍ତୁ: Coal Mine Auction: ଚତୁର୍ଥ ପର୍ଯ୍ୟାୟରେ ଓଡିଶାର ଦୁଇଟି କୋଇଲା ଖଣି ନିଲାମ

ଓଡିଶାର 19ଟି କୋଇଲା ଖଣି ହେବ ନିଲାମ: 5 ରାଜ୍ୟରେ ନିଲାମ ହେବାକୁ ଥିବା 39 କୋଇଲା ଖଣିରୁ ଓଡିଶାର 19ଟି ଖଣି ରହିଛି । ଏଥିରୁ 8ଟି ସମ୍ପୂର୍ଣ୍ଣ ଖନନଯୋଗ୍ୟ ରହିଛି । ବାକି 11ଟି ଆଶିଂକ ଖନନଯୋଗ୍ୟ । ଅଷ୍ଟମ ପର୍ଯ୍ୟାୟରେ ଓଡିଶା ସମେତ ପାଞ୍ଚୋଟି ରାଜ୍ୟର ମୋଟ ୩୯ଟି ଖଣି ନିଲାମ ହେବ । ନୂଆ କରି ୩୫ଟି ଖଣିକୁ ନିଲାମ ଦିଆଯିବ । ଅବଶିଷ୍ଟ ୪ଟି ଖଣି ଯାହା ସପ୍ତମ ପର୍ଯ୍ୟାୟରେ ନିଲାମ ହୋଇପାରି ନଥିଲା ତାହା ଦ୍ୱିତୀୟ ଥର ନିଲାମ ପାଇଁ ବୋଲିରେ ଲଗାଯିବ ।

ଏହି ନୂଆ ୩୫ଖଣି ମଧ୍ୟରୁ ୧୧ଟି ଖଣି ସିଏମ ଏସପି ଆଇନ ୨୦୧୫, ୨୪ଟି ଏମଏମଡିଆର ଆଇନ ୧୯୫୭ର ଅନ୍ତର୍ଭୁକ୍ତ ହୋଇଛି । ୧୪ଟି ଖଣି ଉତ୍ତୋଳନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ଅଛି । ଏହା ଛଡା ଅନ୍ୟ ୨୧ଟି ଖଣି ଆଂଶିକ ଭାବେ ବିକଶିତ ହୋଇଛି । ଅଷ୍ଟମ ପର୍ଯ୍ୟାୟ କୋଇଲା ଖଣିରେ ବ୍ୟାବସାୟିକ ନିଲାମ ପ୍ରକ୍ରିୟା କୋଇଲା ମନ୍ତ୍ରଣାଳୟର ପୂର୍ବବର୍ତ୍ତୀ ସଫଳ ନିଲାମର ଏକ ପରିବର୍ଦ୍ଧିତ ପଦକ୍ଷେପ ।

ଏହି ନିଲାମ ପ୍ରକ୍ରିୟା ଦ୍ୱାରା ଦେଶରେ କୋଇଲା ଉତ୍ପାଦନ ବଢିଛି । ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି । ନିଲାମ ଓ ଉତ୍ତୋଳନ ପ୍ରକ୍ରିୟାରେ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାଙ୍କୁ ସମାନ ସୁବିଧା ସୁଯୋଗ ମିଳୁଛି । ଏହି ନିଲାମ ମାଧ୍ୟମରେ କୋଇଲାର ବ୍ୟବହାର, ବିକ୍ରିବଟା ଓ ଅନ୍ୟାନ୍ୟ ଉପଯୋଗ ପାଇଁ ସରକାର ସେମାନଙ୍କୁ ମଧ୍ୟ ଅନୁମତି ପ୍ରଦାନ କରୁଛନ୍ତି । ବ୍ୟାବସାୟିକ କୋଇଲା ଖନନ ଦ୍ୱାରା ବିଭିନ୍ନ ପ୍ରକାର ଲାଭ ମିଳୁଛି । ଏହା ଫଳରେ ଏ କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବା ସହିତ ସରକାରଙ୍କ ରାଜସ୍ୱ ବଢୁଛି । ସର୍ବୋପରି ଘରୋଇ ସହଯୋଗରେ ଦେଶର କୋଇଲା ଯୋଗାଣ ବୃଦ୍ଧି ପାଉଛି । ନିଲାମ ଫଳରେ କୋଇଲା ଖଣି ସମୃଦ୍ଧ ରାଜ୍ୟଗୁଡିକର ରାଜସ୍ୱ ବୃଦ୍ଧି ପାଉଛି । କୋଇଲା ଉପରେ ରୟାଲଟି ପାଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.