ଭୁବନେଶ୍ବର: ଦିନକୁ ଦିନ ରେଳଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ବିଭାଗ ନୂତନ ଭାବରେ ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଖଡ଼ଗପୁରରୁ ଭଦ୍ରକ ମଧ୍ୟରେ ୧୬ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଳ ବିଭାଗ । ଏହି ସ୍ବତନ୍ତ୍ର ଟ୍ରେନ୍ ସେବା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ତେବେ ଟ୍ରେନ୍ଗୁଡ଼ିକ ପୁନଃ ଚଳାଚଳ କରିବାକୁ ଥିବା ସ୍ଵତନ୍ତ୍ର ଏବଂ ଏକ୍ସପ୍ରେସ୍ ଗୁଡ଼ିକ ହେଉଛି
08031 ବାଲେଶ୍ଵର ଭଦ୍ରକ ସ୍ଵତନ୍ତ୍ର ଟ୍ରେନ ।
08032 ଭଦ୍ରକରୁ ବାଲେଶ୍ଵର ସ୍ଵତନ୍ତ୍ର ଟ୍ରେନ ।
18037 ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ ଟ୍ରେନ ।
18038 ଯାଜପୁର କେନ୍ଦୁଝର ରୋଡ-ଖଡ଼ଗପୁର ଏକ୍ସପ୍ରେସ ଟେନ ।
18021 ଖଡ଼ଗପୁର - ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ ।
18022 ଖୋର୍ଦ୍ଧା ରୋଡ଼ ରୁ ଖଡ଼ଗପୁର ଏକ୍ସପ୍ରେସ ।
08017 ଖଡ଼ଗପୁର ରୁ ବାଲେଶ୍ଵର ସ୍ପେଶାଲ୍ ଟେନ ।
08018 ବାଲେଶ୍ଵର ରୁ ଖଡ଼ଗପୁର ସ୍ପେଶାଲ ଟ୍ରେନ ।
18043 ହାୱଡା ରୁ ଭଦ୍ରକ ଏକ୍ସପ୍ରେସ ।
18044 ଭଦ୍ରକରୁ ହାୱାଡା ଏକ୍ସପ୍ରେସ ।
08416 ପୁରୀ ରୁ ଜଲେଶ୍ୱର ସ୍ପେଶାଲ୍ ଟ୍ରେନ ।
08415 ଜଲେଶ୍ୱର ରୁ ପୁରୀ ସ୍ପେଶାଲ ଟ୍ରେନ ।
08411 ବାଲେଶ୍ଵର ରୁ ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ।
08412 ଭୁବନେଶ୍ୱର ରୁ ବାଲେଶ୍ଵର ସ୍ପେଶାଲ୍ ଟ୍ରେନ ।
08080 ବରିପଦା ରୁ ବାଲେଶ୍ଵର ସ୍ପେଶାଲ୍ ଟ୍ରେନ ।
08081 ବାଲେଶ୍ଵରରୁ ବରିପଦା ସ୍ପେଶାଲ୍ ଟ୍ରେନ ।
ଏହା ମଧ୍ୟ ପଢ଼ନ୍ତୁ...ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମ, ଗତ ଆର୍ଥିକବର୍ଷ ତୁଳନାରେ ୩.୯% ଅଭିବୃଦ୍ଧି
ସୂଚନା ଯୋଗ୍ୟ, କୋଟଭାଲାସା-କୋରାପୁଟ-କିରାଣ୍ଡୁଲ (କେ.କେ) ରେଳ ଲାଇନର କୋରାପୁଟ-ଜଗଦଲପୁର ରେଳ ସେକ୍ସନର ମାନବର ଏବଂ ଜରତି ଷ୍ଟେସନ ମଧ୍ୟରେ 13 ସେପ୍ଟେମ୍ବର 2023ରେ ଟ୍ରେନ ଲାଇନ ଉପରେ ମାଟିଆତଡା ଓ ପଥର ଧସିଯିବା ଯୋଗୁଁ ରେଳ ଧାରଣା ଅବରୋଧ ହୋଇଥିଲା । ଏହାସହ ରେଳ ଚଳାଚଳ ମଧ୍ୟ ବ୍ୟାହତ ହୋଇଥିଲା । ଦେଶର ଜୀବନ ରେଖା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୂର୍ବଘାଟ ପର୍ବତ ମାଳାରେ ଏହି ରେଳ ସେକ୍ସନ କୋରାପୁଟ ଓ ଜୟପୁର ମଧ୍ୟରେ ଘଟିଥିଲା ଏଭଳି ଘଟଣା । ପୁନରୁଦ୍ଧାର କାର୍ଯ୍ୟରେ 27 ଦିନ ଧରି ରେଳ ଲାଇନରୁ କାଦୁଅ ଏବଂ ପଥର ସଫା କରିବା ପାଇଁ ଅନେକ ଖନନକାରୀ ପଥର ଭାଙ୍ଗିବା ସହିତ ରେଳବାଇର ବହୁ ମାନବ ଶକ୍ତି ବ୍ୟବହାର କରାଯାଇଥିଲା । ତେବେ ଏହାରି ମଧ୍ୟରେ ରେଳ ଲାଇନ୍କୁ ସମ୍ପୂର୍ଣ ଭାବରେ ମରାମତି କରିବା ସହ ରେଳ ଚଳାଚଳ କରିଛି ।
ଇଟିଭି ଭାରତ, ଭୁବନେଶ୍ବର