ETV Bharat / state

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ - ସଙ୍ଗରୋଧ କେନ୍ଦ୍ରରେ ନାହିଁ କୌଣସି ସୁବିଧା

ସଙ୍ଗରୋଧ କେନ୍ଦ୍ରରେ ନାହିଁ କୌଣସି ସୁବିଧା । ଗୋଟିଏ ପରିବାରର 16 ଜଣ ସଦସ୍ୟ ଦୁର୍ବିସହ ଜୀବନ ବିତାଉଛନ୍ତି । ଯାହାକୁ ନେଇ ସେମାନେ କରିଛନ୍ତି ଅଭିଯୋଗ । ଅଧିକ ପଢ଼ନ୍ତୁ...

16 members of a family, no facilities in qurantine center, kurdha news, tangi area, ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ, ସଙ୍ଗରୋଧ କେନ୍ଦ୍ରରେ ନାହିଁ କୌଣସି ସୁବିଧା, ସଙ୍ଗରୋଧ କେନ୍ଦ୍ରରେ ଦୁର୍ବିସହ ଜୀବନ
ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ
author img

By

Published : Jul 25, 2020, 10:34 AM IST

ଖୋର୍ଦ୍ଧା:କୋରୋନା ସଂକ୍ରମଣ ରୋକିବାକୁ ସମସ୍ତ ଜିଲ୍ଲାରେ ପ୍ରସ୍ତୁତ ହୋଇଛି ସଙ୍ଗରୋଧ କେନ୍ଦ୍ର । ସେଠାକାର ଅନ୍ତେବାସୀଙ୍କୁ ଯୋଗାଇ ଦିଆଯାଉଛି ବିଭିନ୍ନ ସୁବିଧା ସୁଯୋଗ । ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ଦେଖାଦେଇଛି ଏଥିରେ ବ୍ୟତିକ୍ରମ । ଏହି ଗ୍ରାମର ବେଣାଗାଡିଆ ସାହିର ଗିରିଧାରୀ ସାହୁଙ୍କ ପରିବାରର 16 ଜଣ ସଦସ୍ୟ ସଙ୍ଗରୋଧ କେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ଗିରିଧାରୀ ସାହୁଙ୍କ ଜ୍ବାଇଁ ହୃଦରୋଗରେ ପୀଡିତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଯାହାପରେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ମୃତ୍ୟୁ ପରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଲା । ଜ୍ବାଇଁଙ୍କ ସଂସ୍ପର୍ଶରେ ଗିରିଧାରୀଙ୍କ ପରିବାର ଆସିଥିବାରୁ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ବାଧ୍ୟ କରିଥିଲେ । କିନ୍ତୁ ସଙ୍ଗରୋଧ କେନ୍ଦ୍ରରେ ରହିବା ଦିନଠାରୁ ଗିରିଧାରୀଙ୍କ ପରିବାରକୁ ନା ଖାଇବାକୁ ମୁଠେ ମିଳିଥିଲା ନା ଶୋଇବା ପାଇଁ ପଟି ଖଣ୍ଡେ ଦିଆଯାଇଥିଲା ।

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

ଏପରିକି ଗାଧୋଇବା ପାଇଁ ପାଣି ଟିକେ ମଧ୍ୟ ବ୍ୟବସ୍ଥା କରାଯାଇନଥିଲା । ଅବସ୍ଥା ଏପରି ହୋଇଥିଲା ଯେ ଝିଅ ବୋହୁ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଥିବା ଖୋଲା ପଡ଼ିଆରେ 13 ଦିନ ଧରି ଗୋଧୋଇକୁ ପଡ଼ିଥିଲା । ଏହି ସମ୍ପର୍କରେ ସରପଞ୍ଚଙ୍କୁ ଗିରିଧାରୀଙ୍କ ପରିବାର ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସରପଞ୍ଚ ଏହି କଥାକୁ ବେଖାତିର କରି କହିଥିଲେ ଯେ ତୁମ ନାମ ପଞ୍ଜିକରଣ ହୋଇନାହିଁ କି ତୁମେ ପ୍ରବାସୀ ନୁହଁ । ସରପଞ୍ଚ କହିଲେ ମୋର ଉପରିସ୍ଥ ଅଫିସର ମନା କରି କହିଛନ୍ତି ତୁମମାନଙ୍କ ପାଇଁ କୋଭିଡ-19 ଅନ୍ତର୍ଗତ ସେମିତି କିଛି ସୁବିଧା ନାହିଁ । ସେଥିପାଇଁ ତୁମେ ସବୁଦିନ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏହିଠାରେ ରହିବାକୁ ପଡିବ ।

ତେବେ ସରକାର କୋଭିଡରେ ଆକ୍ରାନ୍ତ ଥିବା କିମ୍ବା କୋଭିଡ ଆକ୍ରାନ୍ତ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ସୁବିଧା କରିଥିବା ବେଳେ ଏହି ଅବ୍ୟବସ୍ଥା ଏବେ ପ୍ରଶାସନ ଉପରେ ଉଠାଇଛି ପ୍ରଶ୍ନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.