ଖୋର୍ଦ୍ଧା: ରାଜ୍ୟରେ ସର୍ବାଧିକ କୋରୋନା ମାମଲା ଖୋର୍ଦ୍ଧାରୁ ଚିହ୍ନଟ କରାଯାଉଛି । ସଂକ୍ରମଣ ରୋକିବାକୁ ପ୍ରଶାସନ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଉଛି । ତେବେ ଖୋର୍ଦ୍ଧା ସବଡିଭିଜନରେ ବଢୁଛି କୋରୋନା ମାମଲା।
![କଣ୍ଟେନମେଣ୍ଟ ଜୋନରେ ଖୋର୍ଦ୍ଧାର 2ଟି ବ୍ଲକର 15ଟି ଗାଁ](https://etvbharatimages.akamaized.net/etvbharat/prod-images/od-kud-sub-collector-dry-od10017_21092020195800_2109f_1600698480_781.jpg)
ସଂକ୍ରମଣ ରୋକିବାକୁ ବେଗୁନିଆ, ଟାଙ୍କି ବ୍ଲକର 15ଟି ଗାଁ ଓ ଖୋର୍ଦ୍ଧା ମ୍ୟୁନସିପାଲଟିର ଗୋଟିଏ ୱାର୍ଡକୁ କଣ୍ଟେନମେଣ୍ଟଜୋନ ଘୋଷଣା । ଏ ସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ