ETV Bharat / state

୧୪ ପ୍ରକଳ୍ପକୁ SLSWCAର ଗ୍ରୀନ ସିଗ୍ନାଲ; ନିବେଶ ୧୭୧୪ କୋଟି, ୫୧୩୪ ନିଯୁକ୍ତି

author img

By ETV Bharat Odisha Team

Published : Jan 10, 2024, 10:56 PM IST

SLSWCA Meet: ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଅଧିକ ପଢ଼ନ୍ତୁ

SLSWCA Meet
SLSWCA Meet

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ହୋଇଛି । ବୈଠକରେ ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ବାରା ୭ଟି ଜିଲ୍ଲାରେ ୫୧୩୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମେଟାଲ ଡାଉନଷ୍ଟ୍ରିମ୍‌ ଏବଂ ଆନସିଲାରିଜ, ଶକ୍ତି, ଔଷଧ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ସବୁଜ ସଂକେତ ମିଳିଛି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡିକେ ସିଂ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଅର୍ଥ ସଚିବ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

  • State Level Single Window Clearance Authority meeting, chaired by Chief Secretary Sri Pradeep Ku Jena has approved 14 groundbreaking projects valued at Rs 1,713.65 Crores. These projects from diverse sectors are poised to create 5,134 employment opportunities. #InvestInOdishapic.twitter.com/Wc2vUSH9Ws

    — I & PR Department, Odisha (@IPR_Odisha) January 10, 2024 " class="align-text-top noRightClick twitterSection" data=" ">

ଯାଜପୁରରେ ନିଓ ଇଣ୍ଡଷ୍ଟ୍ରିଜ୍‌ ମେଟାଲ ପ୍ରୋସେସିଂ ପ୍ରାଇଭେଟ୍‌ ଲିମିଟେଡ ୭୨ କୋଟି ଟଙ୍କାର ପ୍ରକଳ୍ପ ସହିତ ରାଜ୍ୟରେ ଇସ୍ପାତ ଆନୁଷଙ୍ଗିକ ଉଦ୍ୟୋଗ କ୍ଷେତ୍ରରେ ବୃଦ୍ଧି ଘଟିବାକୁ ଯାଉଛି । ୨ଟି ପର୍ଯ୍ୟାୟରେ ୧୬ ହଜାର ୟୁନିଟ କ୍ଷମତା ବିଶିଷ୍ଟ ଇସ୍ପାତ ୟୁନିଟ୍‌ ପାଇଁ କ୍ରୋମ ପ୍ଲେଟିଂ, ଗ୍ରାଇଣ୍ଡିଂ ଓ ଟେକ୍ଚରିଂ କରାଯିବ । ଏହା ୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଷ୍ଟେନଲେସ୍‌ ଷ୍ଟିଲ ଆଣ୍ଡ ଫେରୋ ଆଲଏଜ୍‌ କ୍ଷେତ୍ରରେ ଆନନ୍ଦ ଏକ୍ସପୋର୍ଟ, ଯାଜପୁରରେ ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେଇଛି । ଏହି ପ୍ରକଳ୍ପରେ ୦.୦୩୮ ଏମ୍‌ଟିପିଏର ଫେରୋକ୍ରୋମ ୟୁନିଟ ଅନ୍ତର୍ଭୁକ୍ତ । ଏହାଦ୍ବାରା ୬୨୮ କୋଟି ଟଙ୍କା ବିନିଯୋଗରେ ୨,୮୨୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯାଜପୁରର କଳିଙ୍ଗ ନଗରରେ ଆସୋକା ସ୍କାଏ ମେଟାଲ୍ସ ପ୍ରାଇଭେଟ ଲିମିଟେଡ ମେଟାଲ ଡାଉନଷ୍ଟ୍ରିମ ୟୁନିଟ ସ୍ଥାପନ କରିବ । ଏହି ଉଦ୍ୟୋଗରେ ୧୦୧କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ବରାଦ କରାଯାଇଛି । ଫଳରେ ୧୦୫ ନିଯୁକ୍ତି ସମ୍ଭାବନା ରହିଛି । ଯାହା ଇସ୍ପାତ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ।

ଏହା ମଧ୍ୟ ପଢ଼ନ୍ତୁ...ସଶକ୍ତ ଓଡିଶା ସ୍ବପ୍ନ ସାକାର କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ

ମହିନ୍ଦ୍ରା ହୋଲିଡେଜ ଆଣ୍ଡ ରିସୋର୍ଟ ପ୍ରକଳ୍ପକୁ ଗଞ୍ଜାମ ଜିଲ୍ଲାର ବାହୁଡ଼ା ନଦୀ ମୁହାଣ ସୋନାପୁର ବେଳାଭୂମିରେ ୨୨୮.୪୫ କୋଟି ଟଙ୍କା ବିନିଯୋଗରେ ବିଳାସପୂର୍ଣ୍ଣ ରିସୋର୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ଏହି ବିଳାସପୂର୍ଣ୍ଣ ରିସୋର୍ଟ ଓ ହୋଟେଲକୁ ଅନୁମୋଦନ ମିଳିବା ପରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିଛି । ଏହା ଗଞ୍ଜାମର ଚିକିଟିରେ ୧୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଟିଏସ୍‌ ବିଚ୍‌ ରିସୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୧୩୨.୧୬ କୋଟି ଟଙ୍କା ବିନିଯୋଗରେ ପୁରୀରେ ଏକ କନଭେନ୍ସନ ସେଣ୍ଟର ଏବଂ ୪ଟି ଷ୍ଟାର ହୋଟେଲ ନିର୍ମାଣ କରିବ । ପୁରୀର ସିପ୍‌ ସରୁବାଲିରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପ ୨୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ହୋଟେଲ ରଶ୍ମି ପ୍ଲାଜା ଓପିସି ପ୍ରାଇଭେଟ୍‌ ଲିମିଟେଡ୍‌ ଝାରସୁଗୁଡ଼ାରେ ଏକ ୪ ତାରକା ହୋଟେଲ ନିର୍ମାଣ କରିବ । ୭୦.୭୪ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ୨୧୦ ନୂତନ ନିଯୁକ୍ତି ସୁଯୋଗ ରହିଛି ।

ସେହିଭଳି ଜିନ୍ଦଲ ଷ୍ଟେନଲେସ ଲିମିଟେଡ ଯାଜପୁରରେ ୨୩.୦୨ ମେଗାୱାଟ କ୍ୟାପ୍ଟିଭ୍‌ ରୁଫ୍‌ ଟପ୍‌ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ୧୧୦.୨୪ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ୬୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ଏସିକେମ୍‌ ରେମେଡି ପ୍ରାଇଭେଟ ଲିମିଟେଡ ପୁରୀର କୁର୍କିରେ ଟ୍ୟାବଲେଟ, କ୍ୟାପସୁଲ, ମଲମ ଏବଂ ଲିକୁଇଡ ଓରାଲ ଉତ୍ପାଦନ କରି ଔଷଧ କ୍ଷେତ୍ରରେ କାର୍ଯ୍ୟ କରୁଛି । ୫୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ୧୬୩ ଜଣଙ୍କୁ ନିଯୁକ୍ତି ମିଳିବ । ବେଷ୍ଟ ପାୱାର୍‌ ଇକ୍ବିପ୍‌ମେଣ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଖୋର୍ଦ୍ଧାରେ ୟୁପିଏସ ସିଷ୍ଟମ ଓ ବ୍ୟାଟେରୀ ଉତ୍ପାଦନ ପାଇଁ ଏକ ୟୁନିଟ୍ ସ୍ଥାପନ ପାଇଁ ଯୋଜନା କରାଯାଇଛି । ୫୨.୭୫ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ଏହି ପ୍ରକଳ୍ପ ୩୫୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...୨୮ରୁ ସିଏସଙ୍କ ସମ୍ମିଳନୀ; ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଇଜ୍‌ ଅଫ୍‌ ଲିଭିଂ

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓରିବାକେ ପ୍ରାଇଭେଟ୍‌ ଲିମିଟେଡ୍‌ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାରରେ ବିସ୍କୁଟ ଏବଂ ବେକେରୀ ଉତ୍ପାଦ ଉତ୍ପାଦନ ୟୁନିଟ୍‌ ସହିତ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଠା କରିବ । ବାର୍ଷିକ ୬୦ ହଜାର ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଏହି ୫୧.୮୦ କୋଟି ଟଙ୍କାର ପ୍ରକଳ୍ପ ୨୮୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ସନ୍‌ ଆଗ୍ରୋ ଫୁଡସ୍‌ ଯାଜପୁରରେ ଏହାର ଆଧୁନିକ ରାଇସ ମିଲ ପ୍ରକଳ୍ପ ପ୍ରତିଷ୍ଠା କରିବ । ୫୦.୪୩ କୋଟି ଟଙ୍କାର ବ୍ୟୟରେ ଏହି ପ୍ରକଳ୍ପ ୯୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏସ୍‌ଏମ୍‌ଭିଡି ପଲି ପ୍ୟାକ୍‌ ଲିମିଟେଡ୍‌ ଜଗତସିଂହପୁରରେ ଏଚ୍‌ଡିପିଇ ବ୍ୟାଗ୍‌ ଏବଂ ବସ୍ତା ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା କରିବ । ବାର୍ଷିକ ୧୦,୫୦୦ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଏହି ୬୧.୩୦ କୋଟି ଟଙ୍କାର ପ୍ରକଳ୍ପରେ ୨୧୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଟେକ୍କନ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଖୋର୍ଦ୍ଧାରେ ପ୍ଲାଷ୍ଟିକ ଉତ୍ପାଦ ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା ହେବ । ୫୧ କୋଟି ଟଙ୍କାର ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ୩୦୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ।

ମିଡିଆଇଡ ମାର୍କେଟିଂ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କଟକ ରାମଦାସପୁରରେ ଦୈନିକ ୭.୨ ଲକ୍ଷ ସଂଖ୍ୟକ ସିରିଞ୍ଜ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଯାଉଛି । ୫୦.୭୮ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ଦ୍ବାରା ୭୫ ଜଣଙ୍କୁ ନିଯୁକ୍ତି ମିଳିବ । ସାମଗ୍ରିକ ଭାବରେ ଏହି ସମସ୍ତ ପ୍ରକଳ୍ପ ରୂପାନ୍ତରଣକାରୀ ପ୍ରକଳ୍ପ ଭାବେ ୫,୧୩୪ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ସହିତ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ଏବଂ ଅର୍ଥନୈତିକ ସମୃଦ୍ଧି ପାଇଁ ପଥ ପ୍ରଶସ୍ତ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.