ETV Bharat / state

ଖୋର୍ଦ୍ଧା ଉପଖଣ୍ଡରୁ ପୁଣି 133 ନୂଆ କୋରୋନା ପଜିଟିଭ ଚିହ୍ନଟ - covid-19

ଖୋର୍ଦ୍ଧା ଉପଖଣ୍ଡରେ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି କୋରୋନା । ଆଜି ଗୋଟିଏ ଦିନରେ ଶତାଧିକ ରେକର୍ଡ ହେଲା ସଂକ୍ରମଣ ମାମଲା । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡରୁ ପୁଣି 133 ନୂତନ କୋରୋନା ଚିହ୍ନଟ

author img

By

Published : Aug 7, 2020, 9:05 AM IST

ଖୋର୍ଦ୍ଧା: ରାଜ୍ୟରେ ବେଲଗାମ ହେଉଛି କୋରୋନା । ଚିନ୍ତା ବଢାଇଲାଣି ଖୋର୍ଦ୍ଧା ଉପଖଣ୍ଡ । ଗଞ୍ଜାମ, ଭୁବନେଶ୍ବର ପରେ ଏବେ ଖୋର୍ଦ୍ଧାରେ ଅନିୟନ୍ତ୍ରିତ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ମାମଲା । ଗତ 24 ଘଣ୍ଟାରେ ପରେ ପୁଣି ଉପଖଣ୍ଡରୁ 133 କୋରୋନା ପଜିଟିଭ ଚିହ୍ନଟ ହୋଇଛି ।

ଆଜି ଚିହ୍ନଟ ହୋଇଥିବା ମାମଲା ମଧ୍ୟରୁ 20 କେବଳ ଖୋର୍ଦ୍ଧା ସହରର । ବାଲୁଗାଁରୁ 14, ବାଣପୁରରୁ 16, ଟାଙ୍ଗିରୁ 28,ବେଗୁନିଆରୁ 1,ବୋଲଗଡ଼ରୁ 22,ଜଟଣୀରୁ 12, ମେଣ୍ଢାସାଳରୁ 14, ବାଲିପାଟଣା 1 ଏବଂ ବାଳକଟି ବ୍ଲକରୁ 5ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ଜିଲା ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ଖୋର୍ଦ୍ଧାରୁ 220ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେଇଥିଲେ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରେ 5531ରେ ପହଞ୍ଚିଥିଲା । ସେହିପରି ବୁଧବାର ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତ ମାମଲା 40 ହଜାର ଟପିବା ସହ 235 ଜଣଙ୍କ ଜୀବନ ଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.