ଖୋର୍ଦ୍ଧା: ଦିନକୁ ଦିନ ଖୋର୍ଦ୍ଧା ଉପଖଣ୍ଡରେ ଉଗ୍ରରୂପ ନେଉଛି କୋରୋନା । ଗଞ୍ଜାମକୁ ପଛରେ ପକାଇ ଖୋର୍ଦ୍ଧାରେ ମାଡି ଚାଲିଛି ସଂକ୍ରମଣ । ଆଜି ପୁଣି ଉପଖଣ୍ଡରୁ 119 କୋରୋନା ପଜିଟିଭ ଚିହ୍ନଟ ।
ଖୋର୍ଦ୍ଧା ସହରରୁ 8 ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରୁ 16 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ବାଲୁଗାଁରୁ 16,ବାଣପୁରରୁ 30,ଟାଙ୍ଗିରୁ 6 ,ବୋଲଗଡ଼ରୁ 3,ବେଗୁନିଆ 13, ଜଟଣୀରୁ 12, ମେଣ୍ଢାସାଳରୁ 4, ବାଲିପାଟଣା 1 ଏବଂ ବାଳକାଟି ବ୍ଲକରୁ 10ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ