ETV Bharat / state

କୋଲକାତା ଚାଲାଣ ହେଉଥିଲା ମଇଁଷି, ଧରିଲା ପୋଲିସ - ମଇଁଷି ଉଦ୍ଧାର କଲା ନାଚୁଣି ଫାଣ୍ଡି ପୋଲିସ

ଲକଡାଉନର ସୁଯୋଗ ନେଇ ସକ୍ରିୟ ଗୋ ଚାଲାଣକାରୀଙ୍କୁ ଧରିଛି ନାଚୁଣି ଫାଣ୍ଡି ପୋଲିସ । ଅଧିକ ପଢନ୍ତୁ...

ଏଗାର ମଇଁଷି ଉଦ୍ଧାର
ଏଗାର ମଇଁଷି ଉଦ୍ଧାର
author img

By

Published : Jul 18, 2021, 11:27 AM IST

ଖୋର୍ଦ୍ଧା: ଲକଡାଉନର ସୁଯୋଗ ନେଇ ସକ୍ରିୟ ଗୋ ଚାଲାଣକାରୀଙ୍କୁ ଧରିଛି ନାଚୁଣି ଫାଣ୍ଡି ପୋଲିସ । ଗ୍ରାମାଞ୍ଚଳରୁ ମଇଁଷି ଚୋରାଚାଲାଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଥାନା ଓ ଫାଣ୍ଡି ଅଧିକାରୀଙ୍କୁ ନେଇ ଏକ ଟିମ୍ ଭୁଷଣ୍ଡପୁରଠାରୁ ଟାଙ୍ଗୀ, କୁହୁଡ଼ି ତଥା ନାଚୁଣୀର ବିଭିନ୍ନ ଅଞ୍ଚଳ ସଂଲଗ୍ନ ୧୬ ନଂ ଜାତୀୟ ରାଜପଥ ବ୍ଲକିଂ କରିଥିଲେ ।

ଏଗାର ମଇଁଷି ଉଦ୍ଧାର

ସୂଚନାରୁ ପ୍ରକାଶ ଯେ, ୨ଟି ମିନି ଟ୍ରକରେ ମଇଁଷି ଚୋରା ଚାଲାଣ ହେଉଥିବା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଖବର ପାଇଥିଲେ । ପରେ ଖୋର୍ଦ୍ଧା ଏସପିଙ୍କ ପରାମର୍ଶ କ୍ରମେ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଛାପା ମାରି ନାଚୁଣୀଠାରେ ୨ଟି ଗାଡ଼ିରେ ୧୧ଟି ମଇଁଷି ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଜବତ ଦୁଇଟି ଗାଡ଼ିରେ ୧୧ ଟି ମଇଁଷିଙ୍କୁ ଉଦ୍ଧାର କରାଯାଇ ଜଟଣୀ ମଇଁଷି ଗୋଶାଳାକୁ ହସ୍ତାନ୍ତର କରାଯାଇଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ଟାଙ୍ଗି ଥାନା ଅଞ୍ଚଳର ଭୁଷଣ୍ଡପୁର ତେନ୍ତୁଳିଆପଲ୍ଲୀ ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ ଗଞ୍ଜାମର ବୋଲି ପୋଲିସ ସୂଚନା ଦେଇଛି । ତେବେ ମଇଁଷି ଗାଡିକୁ ମାଫିଆମାନେ କୋଲକାତା ଚାଲାଣ କରାଯିବା ପାଇଁ ଯୋଜନା କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.