ETV Bharat / state

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ରାଜ୍ୟ ବାହାରର ୧୦୩ଟି ସୁପର ସ୍ପେସାଲିଟି ହସ୍ପିଟାଲ

ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ । ଅଧିକ ପଢନ୍ତୁ

103 super specialist hospital
103 super specialist hospital
author img

By

Published : Dec 21, 2022, 10:49 PM IST

ଭୁବନେଶ୍ବର: ‘‘ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’’ର ସଫଳ ରୂପାୟନ ଦିଗରେ ବଡ ପଦକ୍ଷେପ । ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ଓଡ଼ିଶା ହେଲଥ ଆସୁରାନ୍ସ ସୋସାଇଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବି.ଏସ୍.କେ.ୱାଇ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ସୋସାଇଟି ସଭାକକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ବି.ଏସ୍.କେ.ୱାଇ କାର୍ଯ୍ୟଉନ୍ନୟନ ସମ୍ବନ୍ଧିତ ବିଭିନ୍ନ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି ଡାକ୍ତର ବୃନ୍ଦା ଡି. । ତାଲିକା ଅନ୍ତର୍ଭୁକ୍ତ ହସ୍ପିଟାଲରେ ଚିକିତ୍ସା ବାବଦରେ ଦେଇଥିବା ବିଲ୍ ଗୁଡ଼ିକର ପୈଠ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନଲାଇନରେ ଆସୁଥିବା ବିଲକୁ ଦୈନନ୍ଦିନ ଭିତ୍ତିରେ ନିରୀକ୍ଷଣ କରି ପୈଠ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସେ ନୋଡାଲ୍ ଅଫିସର ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଚଳିତ ବର୍ଷ ନଭେମ୍ବର ମାସରେ ୪୫୦୦ ଜଣ ଓଡ଼ିଆ ଲୋକ ଦେୟ ମୁକ୍ତ ଚିକିତ୍ସା ପାଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ୧୧.୨୬ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି । ଜାନୁଆରୀ ରୁ ନଭେମ୍ବର ମାସ ମଧ୍ୟରେ ସମୁଦାୟ ୨୮,୦୦୦ ଓଡ଼ିଆଙ୍କର ବାହାର ରାଜ୍ୟର ହସ୍ପିଟାଲ ମାନଙ୍କରେ ମାଗଣା ଚିକିତ୍ସା ବାବଦରେ ରାଜ୍ୟ ସରକାର ପ୍ରାୟ ୩୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି ବୋଲି ସୋସାଇଟିର ଆର୍ଥିକ ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ ଜଣାଇଛନ୍ତି । ରୋଗୀ ଏବଂ ତାଙ୍କର ନିକଟ ସଂପର୍କୀୟ ମାନଙ୍କ ଠାରୁ ମିଳିଥିବା ମତାମତରୁ ଜଣାପଡ଼ିଛି ଯେ ପ୍ରାୟ ୯୮ % ଭାଗ ରୋଗୀଙ୍କୁ ଏହିସବୁ ହସ୍ପିଟାଲରେ ନିୟୋଜିତ ସ୍ବାସ୍ଥ୍ୟ ସହାୟକମାନେ ସିଧାସଳଖ ସାହାଯ୍ୟ କରିଛନ୍ତି । ପ୍ରାୟ ୯୮% ରୋଗୀ ଏହି ମାଗଣା ଓ ଉତ୍ତମ ମାନର ଚିକିତ୍ସା ପାଇଁ ସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏଥିସହ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟ ବାହାରେ ଥିବା ଉଚ୍ଚମାନର ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲରେ ବି.ଏସ୍.କେ.ୱାଇ ତାଲିକା ଅନ୍ତର୍ଭୁକ୍ତ କାଯାଇଛି । ଏଗୁଡ଼ିକ ମଧ୍ୟରେ ତାମିଲନାଡ଼ୁର ଖ୍ରୀଷ୍ଟିଆନ୍ ମେଡ଼ିକାଲ କଲେଜ, ବେଙ୍ଗାଲୁରୁର ଶ୍ରୀ ଶଙ୍କରା କ୍ୟାନ୍ସର ଫାଉଣ୍ଡେସନ୍, କଲିକତାର ଟାଟା ମେଡିକାଲ୍ ସେଣ୍ଟର, ଭାଇଜାକ୍ ଓ ସଙ୍ଗୁରରେ ଥିବା ହୋମି ବାବା କ୍ୟାନ୍ସର ପ୍ରତିଷ୍ଠାନ, ବାରଣାସୀର ଏଚ୍. ବି. କ୍ୟାନ୍ସର ହସ୍ପିଟାଲ୍ ଏବଂ ମହାନାନା ପଣ୍ଡିତ ମଦନ ମୋହନ ମାଲବ୍ୟ କର୍କଟ କେନ୍ଦ୍ର, ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ୍ ଏବଂ କର୍କଟ ଚିକିତ୍ସା ଗବେଷଣଶ ଓ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ହସ୍ପିଟାଲ୍ ଆଦି ଅନ୍ତର୍ଭୁକ୍ତ ।

ଚେନ୍ନାଇ, ଦିଲ୍ଲୀ, ଡେହେରାଡୁନ୍, ଭାସୀ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ଅମ୍ରିତସର, ଫରିଦାବାଦ୍, ଗୁର୍ଗାଁଓ, ଯାଜପୁର, ନଇଡା, ଲୁଧିଆନା, ନୂଆଦିଲ୍ଲୀ, ପଞ୍ଜାବ ଆଦି ସ୍ଥାନରେ ପ୍ରତିଷ୍ଠିତ ଫୋର୍ଟିସ୍ ଗ୍ରୁପ୍ ର ୨୪ଟି ହସ୍ପିଟାଲରୁ ମଧ୍ୟ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ବେଙ୍ଗାଲୁରୁ ମୁମ୍ବାଇ, ରାୟପୁର, କୋଲକାତା ଏବଂ ଜାମ୍ସେଦ୍ପୁର ରେ ଥିବା ନାରାୟଣ ହୃଦୟାଳୟର ୭ଟି ସୁପର ସ୍ପେସାଲିଟି ହାର୍ଟ ହସ୍ପିଟାଲକୁ ଚଳିତବର୍ଷ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି ।ଓ.ଏସ୍.ଟି.ଏଫ୍ ଗ୍ରୁପ ର ୧୩ ଟି ହସ୍ପିଟାଲ୍ ମଧ୍ୟ ବି.ଏସ୍.କେ.ୱାଇ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମଧ୍ୟରୁ ବିଶାଖାପାଟନାରେ ୭ଟି, ରାୟପୁରରେ ୩ଟି ଏବଂ ସୁରାଟରେ ୩ଟି ହସ୍ପିଟାଲ୍ କାର୍ଯ୍ୟ କରୁଛି ।

ଏହାଛଡ଼ା ବିଶାଖାପାଟନମର ଏ.ଏନ୍.ହସ୍ପିଟାଲ୍, କୁଇନ୍ସ୍ ଆର୍.ଏନ୍.ଆଇ. ହସ୍ପିଟାଲ୍, ସାଗର ଦୁର୍ଗା ହସ୍ପିଟାଲ୍, ବିଜେଥା ହସ୍ପିଟାଲ୍, ଏମ୍.ବି.ମଲ୍ଟି ସ୍ପେସାଲିଟି ହସ୍ପିଟାଲ୍, କିମ୍ସ୍ ଆଇକନ୍ ହସ୍ପିଟାଲ୍, ଜି.ଜେ. ହସ୍ପିଟାଲ୍, ଗୀତମ୍ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ, ଆୟୁଷ୍ମାନ୍ ହସ୍ପିଟାଲ୍ ଏବଂ ମେଡିକଭର ହସ୍ପିଟାଲ୍ ଆଦିକୁ ବି.ଏସ୍.କେ.ୱାଇ ତାଲିକାଭୁକ୍ତ କରାଯାଇଛି । ସେହିପରି ରାୟପୁରସ୍ଥିତ ୨୧ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍, ସୁରାଟର ୨ ଟି, ଶିରକାକୁଲମର ୨ଟି, କୋଲକାତାର ୧ଟି, ମଦୁରାଇର ୧ ଟି, ହାଇଦ୍ରାବାଦର ୧ଟି, ଛତିଶଗଡ଼ର ୧ଟି, ରାଇଗଡ଼ର ୧ ଟି, ଦ୍ବାରକାନଗରର ବଟି, ବିଜିଆନଗରମର ୨ ଟି ସୁପର ସ୍ପେସାଲିଟି ହସ୍ପିଟାଲ କୁ ତାଲିକା ଭୁକ୍ତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.