ETV Bharat / state

ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ ଶୁଣିଲେ ଓଡିଶାବାସୀ, ରାଜଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଆଜି ପ୍ରଧାନ ମନ୍ତ୍ରୀଙ୍କ ମନ୍‌ କି ବାତ୍‌ର ୧୦୦ ତମ ସଂସ୍କରଣ ବିଭିନ୍ନ ସ୍ଥାନରେ ଶୁଣିଛନ୍ତି ରାଜ୍ୟବାସୀ । ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସେପଟେ ପ୍ରଧାନମନ୍ତ୍ରୀ ମନ୍‌ କି ବାତ୍‌ରେ ଯେଉଁ ମାନଙ୍କ ନାଁ ନେଇଥିଲେ, ସେମାନେ ରାଜଭବନରେ ରାଜ୍ୟପାଳଙ୍କ ସହ ବସି ମନ୍‌ କି ବାତ୍‌ ଶୁଣିଥିଲେ । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ ଶୁଣିଲେ ଓଡିଶାବାସୀ

author img

By

Published : Apr 30, 2023, 8:04 PM IST

ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ ଶୁଣିଲେ ଓଡିଶାବାସୀ

ଭୁବନେଶ୍ବର: ଆଜି ସାରା ବିଶ୍ବ ଶୁଣିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ । ଏହି ୧୦୦ତମ ସଂସ୍କରଣକୁ ବିଭିନ୍ନ ଦେଶରେ ସଂପ୍ରସାରଣ କରାଯାଇଛି । ସେହିପରି ଓଡ଼ିଶାରେ ମଧ୍ୟ ସବୁ ଜିଲ୍ଲାରେ ବିଜେପି ପକ୍ଷରୁ ସାଧାରଣ ଲୋକ ଶୁଣିବା ପାଇଁ ଆୟୋଜନ କରାଯାଇଥିଲା ଏହି ମନ୍‌ କି ବାତ୍‌ କାର୍ଯ୍ୟକ୍ରମ । ରାଜଧାନୀ ଭୁବନେଶ୍ବରରେ ଏକାମ୍ର ନିର୍ବାଚନମଣ୍ଡଳୀରେ ବୁଥ୍‌ ନମ୍ବର ୧୯୨ ଗ୍ରାମବାସୀ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ଶୁଣିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମନ୍ କି ବାତ୍ ମୋ ପାଇଁ ପୂଜା ଆସ୍ଥା କହିଲେ ପ୍ରଧାନମନ୍ତ୍ରୀ, ମନେ ପକାଇଲେ ଡି.ପ୍ରକାଶ ରାଓଙ୍କ କଥା

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଯୋଗ ଦେଇଥିଲେ । ସେମାନେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କିପରି ଓଡିଶାବାସୀଙ୍କୁ ପ୍ରେରଣା ଯୋଗାଇବ ତାହା କହିଥିଲେ । ସେହିଭଳି ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଯେଉଁ ମାନଙ୍କର ନାମ ନେଇଥିଲେ, ସମସ୍ତଙ୍କୁ ରାଜଭବନ ତରଫରୁ ଡକରା ଆସିଥିଲା । ସେମାନେ ସମସ୍ତେ ଆସି ରାଜ୍ୟପାଳଙ୍କ ସହିତ ବସି ମନ୍‌ କି ବାତ୍‌ ଶୁଣିଥିଲେ । ତେବେ ୧୦୦ତମ ସଂସ୍କରଣରେ ଦେଶବାସୀଙ୍କୁ ଆଜି ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶିକ୍ଷକ ଡି. ପ୍ରକାଶ ରାଓଙ୍କ କଥା କହିଥିଲେ । ତାଙ୍କ ଅତୁଳନୀୟ ଅବଦାନ ବିଷୟରେ ଆଜିର ମନ୍‌ କି ବାତ୍‌ରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଆଜି ରାଜଭବନରେ ତାଙ୍କ ପତ୍ନୀ ଏବଂ ଝିଅ ଉପସ୍ଥିତ ରହି ବେଶ ଖୁସି ବ୍ୟକ୍ତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Mann Ki Baat: କିଏ ଲକ୍ଷ୍ମଣ ରାଓ, ଯାହାଙ୍କୁ ଜୀବନର ମାର୍ଗଦର୍ଶକ କହିଲେ ପ୍ରଧାନମନ୍ତ୍ରୀ

ସେହିଭଳି ପଲିଥିନରେ ତିଆରି ସାମଗ୍ରୀରୁ ରୋଜଗାରର ବାଟ ଦେଖାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ସାଧାରଣ ମହିଳାଙ୍କୁ ଦେଶବିଦେଶରେ ମଧ୍ୟ ପରିଚିତ କରାଇଛି । ଯାହାଙ୍କୁ ପୂର୍ବରୁ ପ୍ରଧାନ ମୋଦି ନିଜ ମନ୍‌ କି ବାତ୍‌ରେ ତାଙ୍କୁ ପ୍ରଶଂସା କରିଥିଲେ । ଆଜି ରାଜ୍ୟପାଳଙ୍କ ସହ ଦେଖା କରିବା ସହ ରାଜ୍ୟପାଳଙ୍କ ସହ ମିଶି ୧୦୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରାପଡା ଜିଲ୍ଲାର ସେହି ଉଦ୍ୟୋଗୀ ମହିଳା କମଳା ମହାରଣା । ସେହିପରି ଆକାଶବାଣୀରେ ଓଡ଼ିଆ ଅନୁବାଦ କରୁଥିବା ପ୍ରକାଶ ଦାବେ ରାଜ୍ୟପାଳଙ୍କ ଭବନରେ ଯୋଗ ଦେଇଥିଲେ । ସେ ୧୦୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଖୁସି ବ୍ୟକ୍ତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.