ETV Bharat / state

10ରୁ ଉର୍ଦ୍ଧ୍ବ ଜିଲ୍ଲାରେ ମରୁଡି ସ୍ଥିତି; ରିପୋର୍ଟ ମାଗିଛି ବିଭାଗ, ଘେରିଲେ ବିରୋଧୀ - ପିସିସି ସଭାପତି ଶରତ ପଟ୍ଟନାୟକ

ଚଳିତବର୍ଷ ବିଭିନ୍ନ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ବିଲ ଫାଟି ଆଁ ହୋଇଛି । ତଳା ବିଲରେ ପାଣି ନାହିଁ । ଚାଷ କାର୍ଯ୍ୟ ହେବ କେମିତି ସେ ନେଇ ଚିନ୍ତାରେ ଚାଷୀ । ପର୍ଯ୍ୟାପ୍ତ ପରିମାଣର ବର୍ଷା ହୋଇନଥିବାରୁ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । 10ରୁ ଉର୍ଦ୍ଧ୍ବ ଜିଲ୍ଲାରେ ମରୁଡି ସ୍ଥିତି ଉପୁଜିଛି । ଅଧିକ ପଢନ୍ତୁ

10ରୁ ଉର୍ଦ୍ଧ୍ବ ଜିଲ୍ଲାରେ ମରୁଡି ସ୍ଥିତି; ରିପୋର୍ଟ ମାଗିଛି ବିଭାଗ, ଘେରିଲେ ବିରୋଧୀ

author img

By

Published : Aug 12, 2023, 10:44 PM IST

10ରୁ ଉର୍ଦ୍ଧ୍ବ ଜିଲ୍ଲାରେ ମରୁଡି ସ୍ଥିତି; ରିପୋର୍ଟ ମାଗିଛି ବିଭାଗ, ଘେରିଲେ ବିରୋଧୀ

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ହୋଇଛି ନିଅଣ୍ଟିଆ ବର୍ଷା । 10 ଜିଲ୍ଲାରେ ସୃଷ୍ଟି ହୋଇଛି ମରୁଡି ପରିସ୍ଥିତି । ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର । ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ସେପଟେ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିନଥିବାରୁ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ ।

ଚଳିତବର୍ଷ ବିଭିନ୍ନ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ବିଲ ଫାଟି ଆଁ ହୋଇଛି । ତଳା ବିଲରେ ପାଣି ନାହିଁ । ଚାଷ କାର୍ଯ୍ୟ ହେବ କେମିତି ସେ ନେଇ ଚିନ୍ତାରେ ଚାଷୀ । ପର୍ଯ୍ୟାପ୍ତ ପରିମାଣର ବର୍ଷା ହୋଇନଥିବାରୁ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । 10ରୁ ଉର୍ଦ୍ଧ୍ବ ଜିଲ୍ଲାରେ ମରୁଡି ସ୍ଥିତି ଉପୁଜିଛି । ଏ ନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ଯେଉଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ରାଜ୍ୟ ସରକାର ଅବଗତ ଅଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର କଲେକ୍ଟର ମାନଙ୍କୁ ରିପୋର୍ଟ ମାଗିଛନ୍ତି । ଆମେ 3 ଦିନ ହେଲା ରିପୋର୍ଟ ମାଗିଛୁ । 7 ଦିନ ଭିତରେ ରିପୋର୍ଟ ଆସି ପହଞ୍ଚିବ । ରିପୋର୍ଟ ପହଞ୍ଚିବା ପରେ ଆମେ ସଠିକ ଭାବେ ମରୁଡି ଅଞ୍ଚଳରେ ଜଳସେଚନ କରିବୁ ।

ଏହାବି ପଢନ୍ତୁ- ନୂଆପଡାରେ ନିଅଣ୍ଟିଆ ବର୍ଷାରେ ମରୁଡି ପରିସ୍ଥିତି, ହତାଶ ଚାଷୀ

ସେପଟେ ମରୁଡି ସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ କହିଛନ୍ତି ଯେ, ରାଜ୍ୟର 10 ରୁ ଉର୍ଦ୍ଧ୍ବ ଜିଲ୍ଲାରେ ମରୁଡି ସ୍ଥିତି ଉପୁଜିଲାଣି । ଚାଷୀ ଭାଇ ହାହାକାର ହେଲେଣି । 24 ବର୍ଷର ସରକାର ଯଦି ରାଜ୍ୟରେ ଆବଶ୍ୟକୀୟ ଜଳସେଚନ କରିପାରିଥାନ୍ତେ ତେବେ ଚାଷୀ ଏଭଳି ପରିସ୍ଥିତିରେ ନଥାନ୍ତେ । 24ର ସରକାର ଯୋଗୁଁ ଚାଷୀଙ୍କ ଆୟ ବର୍ଷକୁ 5 ହଜାର । ଜାତୀୟ ସ୍ତରରେ ଚାଷୀ ମାନଙ୍କର ଆୟ 10 ହଜାର ଥିଲା ବେଳେ ରାଜ୍ୟରେ ଏହା 5 ହଜାରରେ ସୀମିତ ରହିଛି । ଏ ସରକାର କଣ ବହାଦୁରୀ ମାରିବେ । ଆଉ କାହାକୁ କଣ କହିବେ ।

314 ବ୍ଲକରେ ଜଳସେଚନ ବ୍ୟବସ୍ଥା କରିବେ ବୋଲି କହିଥିଲେ । ବର୍ତ୍ତମାନ ସୁଦ୍ଧା କରିପାରିଲେ ନାହିଁ । 35 ପ୍ରତିଶତ ଜଳସେଚନ କରିବେ ବୋଲି କହିଥିଲେ, କଲେ ନାହିଁ କାହିଁକି ? ସେହିଭଳି ବିଧାନସଭାରେ ଚାଷୀମାନଙ୍କର ଧାନ କୁଇଣ୍ଟାଲ ପିଛା 2930 ଟଙ୍କା କରିବାକୁ କହିଥିଲେ ହେଲେ ତାହା ମଧ୍ୟ କାର୍ଯ୍ୟକାରୀ କଲେ ନାହିଁ । କେନ୍ଦ୍ର ଉପରେ ମଧ୍ୟ ଚାପ ପକାଇ ପାରିଲେ ନାହିଁ । ଭୋଟ ପାଖେଇ ଆସିଲେ, ବାହାନା କରିବେ । ରାଜ୍ୟ ସରକାରଙ୍କ ଅବହେଳା ପାଇଁ ରାଜ୍ୟରେ ମରୁଡି ପରିସ୍ଥିତି ଉପୁଜିଛି । ଏହି ପରିସ୍ଥିତି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ସବୁ ଧୂଆଁବାଣରେ ପରିଣତ ହୋଇଛି । ସାଧାରଣ ଲୋକମାନେ ଜାଣିସାରିଲେଣି ଏ ସରକାର ହେଉଛି କୃଷକ ବିରୋଧୀ ସରକାର । କଂଗ୍ରେସ ଦାବୀ କରୁଛି ରାଜ୍ୟ ସରକାର ଏ ଦିଗକୁ ଗୁରୁତ୍ଵର ସହ ନେଇ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ଉପଯୁକ୍ତ ଅର୍ଥ ପ୍ରଦାନ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.