ETV Bharat / state

ସ୍ପେଶାଲ ସ୍କ୍ୱାର୍ଡ ହାବୁଡ଼ରେ ଗଞ୍ଜେଇ ଚାଲାଣ ରାକେଟ - ganja

ବେଗୁନିଆ ଥାନା ଅନ୍ତର୍ଗତ ବଡବେରଣା ଛକ ନିକଟରେ ଏକ କାରକୁ ସନ୍ଦେହରେ ଅଟକାଇ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ ଜବତ କରିଛି ଖୋର୍ଦ୍ଧା ସ୍ପେଶାଲ ସ୍କ୍ବାର୍ଡ । ଦୁଇ ଅଟକ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ସ୍ପେଶାଲ ସ୍କ୍ୱାର୍ଡ ହାବୁଡ଼ରେ ଗଞ୍ଜେଇ ଚାଲାଣ ରାକେଟ

author img

By

Published : Oct 4, 2021, 11:44 AM IST

ଖୋର୍ଦ୍ଧା: ମାତିଛନ୍ତି ଗଞ୍ଜେଇ ମାଫିଆ । ଖୋର୍ଦ୍ଧା ଦେଇ ଫୁଲବାଣୀ, କୋରାପୁଟ, ଅଞ୍ଚଳରୁ ପ୍ରତ୍ୟେକ ଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଭୁବନେଶ୍ବରକୁ ଚାଲାଣ ହେଉଛି । ସେଠାରୁ ବିଭିନ୍ନ ଉପାୟରେ ରାଜ୍ୟ ବାହାରକୁ ଯାଉଛି ପୁଳା ପୁଳା ଗଞ୍ଜେଇ । ବେଗୁନିଆ ଥାନା ଅନ୍ତର୍ଗତ ବଡବେରଣା ଛକ ନିକଟରେ ଏକ କାରକୁ ସନ୍ଦେହରେ ଅଟକାଇ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ ଜବତ କରିଛି ଖୋର୍ଦ୍ଧା ସ୍ପେଶାଲ ସ୍କ୍ବାର୍ଡ ।

ଖୋର୍ଦ୍ଧା ସ୍ପେଶାଲ ସ୍କ୍ୱାର୍ଡ ହାବୁଡ଼ରେ ଗଞ୍ଜେଇ ଚାଲାଣ ରାକେଟ

ଏହା ପୂର୍ବରୁ ମଧ୍ୟ ଖୋର୍ଦ୍ଧା ପୋଲିସ ଏକ କ୍ବିଣ୍ଟାଲ ଗଞ୍ଜେଇ ସହ କାର ଜବତ କରିଥିଲା । ଆଉ ଆଜି(ସୋମବାର) ଆଉ ଏକ ସଫଳତା ପାଇଛି ପୋଲିସ । ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ପୋଲିସ ସଠିକ ସୂଚନା ପ୍ରକାଶ କରିନାହିଁ ।

ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସୁଥିଲା କେଉଁଠି କି ଚାଲାଣ ହେଉଥିଲା ତାହା ଜାଣିବା ବର୍ତ୍ତମାନ ପୋଲିସ ପାଇଁ ଚାଲେଞ୍ଜ ହୋଇଛି । ସେପଟେ କାର ଚାଳକ କହିଛନ୍ତି ସେ ମହାରାଷ୍ଟ୍ରରୁ ଗାଡି ଆଣି କଲିକତା ଅଭିମୁଖେ ଯାଉଥିଲେ ଏବଂ ଗାଡ଼ିରେ କଣ ଅଛି ତାଙ୍କୁ ଜଣାନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.