କେନ୍ଦୁଝର:ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ । ଯୁବକକୁ ଖୁଣ୍ଟରେ ବାନ୍ଧି ପିଟିଲେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିମିରଦାପଶିର ଗ୍ରାମବାସୀ । ଗାଁ କ୍ଲବ ଘର ଖୁଣ୍ଟରେ ବାନ୍ଧି ଅଭିଯୁକ୍ତ ନିର୍ଦ୍ଧୁମ ପିଟିଛନ୍ତି ଗ୍ରାମବାସୀ ।
ଅଭିଯୋଗ ଅନୁଯାୟୀ, ଉକ୍ତ ଗାଁର ଜଣେ ନାବାଳିକା ନିଜ ପଡୋଶୀ ଘରକୁ ଯାଉଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା । ଅଭିଯୁକ୍ତ ଜଣକ ପ୍ରଥମେ ତାଙ୍କ ପାଟିରୁ ବନ୍ଦ କରି କିଛି ବାଟ ନେବା ପରେ ଦୁଷ୍କର୍ମ କରିଥିଲା । ସେପଟେ ପରିବାର ଲୋକେ ନାବାଳିକାକୁ ଖୋଜିଖୋଜି କରିବା ପରେ ପ୍ରକୃତ କଥା ଜଣାପଡିଥିଲା । ପରେ ଏହି ଘଟଣା ପୁରା ଗାଁରେ ବ୍ୟାପିବା ପରେ ଅଭିଯୁକ୍ତକୁ ଘରକୁ ଆଣି ଗାଁ କ୍ଲବରେ ନିର୍ଦ୍ଧୁମ ମାଡ ମାରିଥିଲେ । ସେପଟେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଉତ୍ତେଜନା ଦେଖା ଦେଇଥିଲା ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ