ETV Bharat / state

ଗୁଣି ଗାରେଡି ସନ୍ଦେହ, ମାଇଁକୁ ମାରିଲା ଭଣଜା - Youth kills aunt in anandapur

ଗୁଣି ଗାରେଡି ସନ୍ଦେହରେ ମାଇଁକୁ ହତ୍ୟା କଲା ଭଣଜା । ଗୟଳମୁଣ୍ଡା କନ୍ତଳ ଗ୍ରାମର ଘଟଣା । ଅଭିଯୁକ୍ତ ଭଣଜାକୁ ଅଟକ ରଖିଛି ଆନନ୍ଦପୁର ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Sep 27, 2019, 8:27 AM IST

Updated : Sep 27, 2019, 9:39 PM IST

ଆନନ୍ଦପୁର: ଡାହାଣୀ ସନ୍ଦେହରେ ମାଇଁକୁ ହତ୍ୟା କଲା ଭଣଜା । ଅଭିଯୁକ୍ତ ଭଣଜାକୁ ଅଟକ ରଖିଛି ଆନନ୍ଦପୁର ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗହଳମୁଣ୍ଡା ପଞ୍ଚାୟତ କନ୍ତଳା ଗ୍ରାମରେ ।

ଗତକାଲି(ଗୁରୁବାର) ରାତିରେ କୌଣସି କାରଣରୁ ଡାହାଣୀ ସନ୍ଦେହ କରି କନ୍ତଳା ଗ୍ରାମର ବାରଙ୍ଗୀ ପୂର୍ତ୍ତିକୁ ନିଜ ଭଣଜା କାର୍ତ୍ତିକେଶ୍ବର ବିରୁଆ ହତ୍ୟା କରିଥିଲା । ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ଭଣଜାକୁ ଅଟକ ରଖିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଗୁରୁବାର ସନ୍ଧ୍ୟାରେ ଉଭୟ ବାରଙ୍ଗୀ ଓ କାର୍ତ୍ତିକେଶ୍ବର ମଦ ପିଇବାକୁ ନିକଟସ୍ଥ ବଜାରକୁ ଯାଇଥିଲେ । ମଦ ପିଇବା ପରେ ବାରଙ୍ଗୀକୁ ଏକ ଟାଙ୍ଗିଆରେ କାର୍ତ୍ତିକେଶ୍ବର ହତ୍ୟା କରିଥିବା ଜଣାପଡିଛି । ତେବେ ସେ ନିଜ ମାଇଁକୁ ଡାହାଣୀ ସନ୍ଦେହରେ ହତ୍ୟା କରିଥିବା ପୋଲିସ ଆଗରେ ପ୍ରକାଶ କରିଛି ।

ସୂଚନା ଅନୁସାରେ, କାର୍ତ୍ତିକେଶ୍ବରର ଶିଶୁପୁତ୍ର କାନ୍ଦିବାରୁ ବାରଙ୍ଗୀ ଆସି ଝଡାଫୁଙ୍କା କରିଥିଲା । ତେବେ ଏଥିରେ ଶିଶୁଟିର କାନ୍ଦ କମିନଥିଲା । ପରେ ବାରଙ୍ଗୀ ହିଁ ଏଥିଲାଗି ଦାୟୀ ବୋଲି କିଛି ଲୋକ କହିବାରୁ କାର୍ତ୍ତିକେଶ୍ବରର ରାଗ ଚଢିଯାଇଥିଲା । ଏଥିଲାଗି ଗୁରୁବାର ସନ୍ଧ୍ୟାରେ ତାକୁ ମଦ ପିଆଇବାକୁ ନେବା ସହ ତାକୁ ହତ୍ୟା କରିଦେଇଥିଲା ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:Anandapur
ଆନନ୍ଦପୁର ଥାନା ଗୟଳମୁଣ୍ଡା କନ୍ତଳ ଗ୍ରାମରେ ଅଘଟଣ।ଗୁଣି ଗାରେଡ଼ି ସଂଦେହ ରେ ମାଇଁ କୁ ହତ୍ୟା କଲା ଭଣଜା । .ଅଭିଯୁକ୍ତ ଭଣଜା କୁ ଅଟକ ରଖି ପୋଲିସର ପଚରା ଉଚରା ଜାରି । ମୃତକ ହେଲେ ବାରଙ୍ଗି ପୂର୍ତ୍ତି, ଭଣଜା ହେଲେ କାର୍ତ୍ତିକେଶ୍ୱର ବିରୁଆ।Body:XConclusion:X
Last Updated : Sep 27, 2019, 9:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.