ETV Bharat / state

କେନାଲରେ ବୁଡି ଯୁବକ ମୃତ

author img

By

Published : Mar 29, 2021, 8:15 PM IST

ଆନନ୍ଦପୁର ଥାନା ବାଉଁଶଗଡ କେନାଲରେ ବୁଡି ଜଣେ ଯୁବକର ମୃତ୍ଯୁ ଘଟିଛି । ମୃତକ ଜଣଙ୍କ ନିକଟସ୍ଥ ଜଙ୍ଘାର ଗ୍ରାମର ବିଶ୍ବଭୂଷଣ ଘଡେଇ । ଅଧିକ ପଢନ୍ତୁ...

କେନାଲରେ ବୁଡି ଯୁବକ ମୃତ
କେନାଲରେ ବୁଡି ଯୁବକ ମୃତ

ଆନନ୍ଦପୁର: କେନାଲରେ ବୁଡି ଯୁବକ ମୃତ । ଆନନ୍ଦପୁର ଥାନା ବାଉଁଶଗଡ କେନାଲରେ ବୁଡି ଜଣେ ଯୁବକର ମୃତ୍ଯୁ ଘଟିଛି। ମୃତକ ଜଣଙ୍କ ନିକଟସ୍ଥ ଜଙ୍ଘାର ଗ୍ରାମର ବିଶ୍ବଭୂଷଣ ଘଡେଇ ।

ସୂଚନା ଅନୁଯାୟୀ, ହୋଲି ଖେଳିସାରି ୪ ଜଣ ସାଙ୍ଗଙ୍କ ସହ ସୋମବାର ବିଶ୍ବଭୂଷଣ ବାଉଁଶଗଡ କେନାଲକୁ ଗାଧୋଇବାକୁ ଯାଇଥିଲେ । ନିଜ ମୋବାଇଲ୍ ଓ ଅନ୍ଯାନ୍ଯ ସାମଗ୍ରୀ ସାଙ୍ଗକୁ ଜଗାଇ ସେ କେନାଲକୁ ଗାଧୋଇବାକୁ ଯାଇଥିଲେ ।

କେନାଲରେ ବୁଡି ଯୁବକ ମୃତ

କିଛି ସମୟ ଧରି ପାଣିରୁ ନବାହାରିବାରୁ ସାଙ୍ଗମାନେ ପାଣିରେ ଖୋଜା ଖୋଜି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପ୍ରାୟ ଦେଢ ଘଣ୍ଟା ପରିଶ୍ରମ ପରେ ମୃତଦେହକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.