ETV Bharat / state

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

author img

By

Published : Sep 29, 2020, 2:51 PM IST

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଜଣା ପଡିନଥିଲେ ହେଁ ପାରିବାରିକ କଳହରୁ ଏପରି ହୋଇଥିବା ଅନୁମାନ କରାଯାଉଛି ।

young man commits suicide by hanging himself  with a rope
ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରରପୁର ଥାନା କଣ୍ଟାବଣିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ପାରିବାରିକ କଳହରୁ ଯୁବକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଯୁବକ ଜଣକ ହେଲେ ମଦନ ଜେନାଙ୍କ ପୁଅ ପବିତ୍ର ଜେନା । ସୋମବାର ସନ୍ଧ୍ୟାରେ ପବିତ୍ର ଘରୁ ବାହାରି କୁଆଡେ ଚାଲିଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ପାଇ ନଥିଲେ । ହେଲେ କିଛି ସମୟ ପରେ ଘରଠାରୁ ଦୂର ଏକ ଗଛରେ ପବିତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ ।

ତେବେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପବିତ୍ର ଏପରି କାହିଁକି କଲେ ତାହା ଜଣାପଡିନଥିବା ବେଳେ ପାରିବାରିକ କଳହରୁ ଏପରି ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.