ଆନନ୍ଦପୁର: ପୋଖରୀରେ ବୁଡି ଯୁବକର ମୃତ୍ୟୁ । ସ୍ଥାନୀୟ ଡୁମୁରିଆ ଗ୍ରାମର ଘଟଣା । ମୃତ ଯୁବକଙ୍କ ନାମ ଶୁକଲାଲ ଦାସ । ତେବେ ଆଜି(ସୋମବାର) ସକାଳୁ ସେ ଗାଁ ପୋଖରୀକୁ ଗାଧେବାକୁ ଯାଇଥିବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା । ଫଳରେ ସେ ପୋଖରୀରେ ବୁଡି ଯାଇଥିଲେ ।
ତେବେ ଗ୍ରାମବାସୀ ଓ ପରିବାର ଲୋକେ ଉଦ୍ଧାର କରିବାକୁ ଚେଷ୍ଟ କରିଥିଲେ । ମାତ୍ର ଯୁବକ ଜଣଙ୍କୁ ଉଦ୍ଧାର କରାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ