ଆନନ୍ଦପୁର: ବିବାହ କରି ଧୋକା ଦେଲେ ସ୍ବାମୀ । ନ୍ୟାୟ ପାଇଁ ଥାନା ଆଗରେ ମହିଳାଙ୍କ ଧାରଣା । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ସମ୍ମୁଖରେ । ମିଳିଥିବା ସୂଚନା ଅନୁଯାୟୀ ଫକୀରପୁର ଗ୍ରାମ ଟିକିନା ଜେନା ସେହି ଗ୍ରାମର ବିଶ୍ବମ୍ବର ଜେନା ନାମକ ଯୁବକଙ୍କୁ କୋର୍ଟରେ ଗତବର୍ଷ ବିବାହ କରିଥିଲେ । ପରେ ବିଶ୍ବମ୍ବର ଜେନା ଟିକିନାକୁ ଛାଡି ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ବେଳେ ଏନେଇ ଟିକିନା ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗର ୪ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଟିକିନା ଏବଂ ତାଙ୍କ ମାଆ ଆନନ୍ଦପୁର ଥାନାରେ ଧାରଣା ଦେଇଛନ୍ତି । ସଂପୃକ୍ତ ଯୁବକକୁ ଗିରଫ କରା ନଯିବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଉଭୟ ମା ଓ ଝିଅ କହିଛନ୍ତି । ଅନ୍ୟ ପକ୍ଷରେ ତଦନ୍ତ ଚାଲିଛି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆନନ୍ଦପୁର ଥାନା ଅଧୀକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ