ETV Bharat / state

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ମୁହାଁମୁହିଁ ମହିଳା-ପୋଲିସ - ତେଜିଲା ମଦ ବିରୋଧୀ ଆନ୍ଦୋଳନ

ମଦ ବ୍ୟବସାୟୀଙ୍କ ବିରୋଧରେ ଥାନା ଆଗରେ ଧାରଣାରେ ବସିଛନ୍ତି ମହିଳା । ଅନ୍ୟପକ୍ଷେ ଏହାକୁ ନେଇ ସାମ୍ନାସାମ୍ନି ହୋଇଛନ୍ତି ବିରୋଧୀ ମହିଳା ଓ ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Jul 25, 2019, 8:52 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଦଧିବାମନପୁରରେ ମଦ ବିରୋଧୀ ଆନ୍ଦୋଳନକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି । ଫଳରେ ଶତାଧିକ ମହିଳା ଆନନ୍ଦପୁର ଥାନା ପରିସରରେ ମଦ ବ୍ୟବସାୟୀଙ୍କ ଗିରଫ ଦାବି କରି ଧାରଣାରେ ବସିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ପୋଲିସର ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇଥିବାରୁ ଉତ୍ତେଜନା ଚରମସୀମାରେ ପହଞ୍ଚିଛି । ଅନ୍ୟପକ୍ଷେ ଗୁରୁବାର(25 ଜୁଲାଇ) ମହିଳା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ମହିଳାଙ୍କୁ ଥାନାରୁ ବାହାରି ଯିବାକୁ କହିବାରୁ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଯେ ପର୍ଯ୍ୟନ୍ତ ବ୍ୟବସାୟୀକୁ ଗିରଫ ନ କରାଯାଇଛି ସେଯାଏଁ ଥାନା ପରିସରରେ ଧାରଣାରେ ବସିବାକୁ ମହିଳାମାନେ ଜିଦ ଧରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଦଧିବାମନପୁରରେ ମଦବିରୋଧୀ ଆନ୍ଦୋଳନକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି। ଆନନ୍ଦପୁର ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ଥିବାରୁ ଏହା ଏବେ ଚରମସୀମାରେ ପହଞ୍ଚିିଛି। ଗୁରୁବାର ଶତାଧିକ ମହିଳା ଆନନ୍ଦପୁର ଥାନା ପରିସରରେ ମଦ ବ୍ୟବସାୟୀଙ୍କ ଗିରଫ ଦାବି କରି ଧାରଣାରେ ବସିଛନ୍ତି। ଧାରଣାରେ ବସିବା ପୂର୍ବରୁ ପ୍ରଥମେ ମଦ ବିରୋଧୀ ମହିଳା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହିଳାମାନଙ୍କୁ ପୋଲିସ ଥାନା ପରିସରରୁ ବାହାରିଯିବାକୁ କହିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଶେଷରେ ମହିଳାମାନେ ମଦ ବ୍ୟବସାୟୀଙ୍କୁ ଗିରଫ ନ କରିବା ଯାଏ ଧାରଣାରେ ବସିବାକୁ ଜିଦ୍‌ ଧରି ଥାନା ପରିସରରେ ବସିଥିଲେ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.