ETV Bharat / state

5 ଏକର ଜମିରେ ହସିବ ମକା, ସଫଳ କରି ଦେଖାଇବେ 20 ଆଦିବାସୀ ମହିଳା ଚାଷୀ - self-sufficient by cultivating sweet corn

ଏକର ଏକର ଜମିରେ ଏହି ସୁନାର ଫସଲ ଫଳେଇବାରେ ସଫଳ ହୋଇଛନ୍ତି ଆଜିର ମହିଳା । ଯିଏ ଘର କୋଣରେ ନୁହେଁ ସ୍ବାବଲମ୍ବୀ ହେବାକୁ ପଣ କରିଛନ୍ତି । ପାରମ୍ପରିକ ଚାଷକୁ ଛାଡି ଅର୍ଥକାରୀ ଫସଲ ଆପଣାଇଛନ୍ତି କେନ୍ଦୁଝର ସଦର ବ୍ଲକ କାଠକରଞ୍ଜିଆ ମନ୍ଦାରମାଳିନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା । ଅଧିକ ପଢନ୍ତୁ...

ମିଠା ମକା ଚାଷ କରି ସ୍ୱାବଲମ୍ବୀ ହେବେ ମହିଳା ଚାଷୀ

author img

By

Published : Oct 6, 2020, 2:51 PM IST

Updated : Oct 6, 2020, 3:59 PM IST

କେନ୍ଦୁଝର: ଧୀରେ ଧୀରେ ବଢୁଛି ମିଠା ମକାର ଚାହିଦା । ପାଟି ସୁଆଦିଆକୁ ପକେଟ ମାଲାମାଲ । ଫଳରେ ଛୋଟ କ୍ଷେତରୁ ବଡ ଆକାରରେ କରିବାକୁ ଚାଷୀ ମନ ବଳାଉଛନ୍ତି । ଯାହା ବର୍ତ୍ତମାନର ସବୁଠାରୁ ଲାଭଖୋର ବ୍ୟବସାୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ କିଛି ଦିନ ପରେ ପରିଶ୍ରମର ଫଳ ସୂରୂପ ସୁନାର ଫସଲ କ୍ଷେତରେ ଲହଢି ଭାଙ୍ଗେ । ଏଥିପାଇଁ ତ କେନ୍ଦୁଝର ସଦର ବ୍ଲକ କାଠକରଞ୍ଜିଆ ମନ୍ଦାରମାଳିନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମିଠା ମକା ଚାଷ ପାଇଁ ଅଣ୍ଟା ଭିଡିଛନ୍ତି ।

5 ଏକର ଜମିରେ ହସିବ ମକା, ସଫଳ କରି ଦେଖାଇବେ 20 ଆଦିବାସୀ ମହିଳା ଚାଷୀ

ମନ୍ଦାରମାଳିନୀ ସ୍ବୟଂ ସହାୟକ ଗୋଷ୍ଠୀର 20 ଜଣ ଆଦିବାସୀ ମହିଳା ପାରମ୍ପରିକ ଚାଷକୁ ଛାଡି ଅର୍ଥକାରୀ ଫସଲ ମିଠା ମକା ଚାଷ ଆରମ୍ଭ କରିଛନ୍ତି । ପୂର୍ବରୁ ଏମାନେ ଟମୋଟୋ, ବାଇଗଣ ଭଳି ପରିବା ଚାଷ କରୁଥିଲେ । ଫଳରେ ଅନେକ ସମୟରେ ଅଭାବି ବିକ୍ରିର ସମ୍ମୁଖୀନ ହେବାକୁ ପଡୁଥିଲା । ଯାହା ଦ୍ବାରା ଘରର ଗୁଜୁରାଣ୍ଟ ମେଣ୍ଟାଇବା ଅତ୍ୟନ୍ତ କାଠିକର ପାଠ ହୋଇପଡିଥିଲା । ଆଉ ଏହି ସମୟରେ ମିଠା ମକାର ଚାହିଦା ଦେଖି କିଛି ମହିଳା ଏକାଠି ହୋଇ ଖାଲି ପଡିଥିବା ପଡିଆରେ ଆରମ୍ଭ କରିଛନ୍ତି ଚାଷ ।

ଏହି ଆଦିବାସୀ ମହିଳାଙ୍କୁ ସରକାରୀ ଆଇଟିଡିଏ ସଂସ୍ଥା ସହଯୋଗର ହାତ ବଢାଇ ବିହନ ଯୋଗାଇ ଦେଇଥିଲେ । ଜୁଲାଇ ମାସ ଶେଷ ବେଳକୁ ମାତ୍ର 10 ହଜାର ଟଙ୍କା ବ୍ୟୟ କରି 5 ଏକର ଜମିରେ ମିଠା ମକା ଚାଷ ଆରମ୍ଭ କରିଛନ୍ତି । ଆଗାମୀ ଶୀତ ଋତୁରେ ଏମାନେ କୋବି, ମଟର ଭଳି ପନିବାର ଚାଷ କରିବାକୁ ଅଣ୍ଟା ଭିଡିଛନ୍ତି । ସରକାରୀ ସହାୟତାରେ ବିକ୍ରି କରିବାକୁ ସହର ବଜାରର ମୂଲ୍ୟ ଠାରୁ ଅଧିକ ଲାଭ କରିବାକୁ ଆଶା ରଖିଛନ୍ତି ।

ଏକର ଏକର ଜମିରେ ଏହି ସୁନାର ଫସଲକୁ ଫଳାଇବାରେ କେବଳ ଚଷା ପୁଅ ନୁହେଁ ବରଂ ଆଜିର ମହିଳା କରି ମଧ୍ୟ କରିଦେଖାଇଛନ୍ତି। ଯେଉଁମାନେ ଘର କୋଣରେ ନୁହେଁ ସ୍ବାବଲମ୍ବୀ ହେବାକୁ ପଣ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Oct 6, 2020, 3:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.