ETV Bharat / state

ସୁନାବୋହୂରୁ ସ୍ବାବଲମ୍ବୀ ମହିଳା, ତନ୍ତ ଦେଉଛି ରୋଜଗାର - women empowerment

ତନ୍ତ କାମରୁ ସ୍ବାବଲମ୍ବୀ ମହିଳା । ତନ୍ତ କାମ ଶିଖି ସ୍ବାବଲମ୍ବୀ ହେବା ସହ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି କେନ୍ଦୁଝର ମହିଳା । ତନ୍ତ ସେମାନଙ୍କୁ କିଭଳି କରୁଛି ରୋଜଗାରକ୍ଷମ ? ପଢନ୍ତୁ ସ୍ବତନ୍ତ୍ର ଉପସ୍ଥାପନା:

women empowerment
ସୁନାବୋହୂରୁ ସ୍ବାବଲମ୍ବୀ ମହିଳା, ତନ୍ତ କରୁଛି ଆତ୍ମନିର୍ଭରଶୀଳ
author img

By

Published : Jan 24, 2020, 8:31 PM IST

ଆନନ୍ଦପୁର: ବଦଳୁଛି ସମୟ, ସମୟ ସହ ତାଳ ଦେଇ ବଦଳୁଛି ସମାଜ । ଆଗ ଭଳି ମହିଳା କେବଳ ଘରକୋଣେ ନୁହେଁ, ପଦାକୁ ଗୋଡ କାଢିଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ ହୋଇପାରିଛନ୍ତି ସ୍ବାବଲମ୍ବୀ । ଫଳରେ ପରିବାରର ଆର୍ଥିକ ସ୍ଥିତି ସୁଧୁରିବା ସହ ପରିବାର ହସଖୁସିରେ ପୁରି ଉଠିଛି । ଆଉ ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ବଡ ଭୂମିକା ନେଇଛି କେନ୍ଦୁଝର ଜିଲ୍ଲାରେ ଥିବା କୁଣ୍ଡୁଳାଇ ତନ୍ତୁବାୟ ସମିତି ।

ସୁନାବୋହୂରୁ ସ୍ବାବଲମ୍ବୀ ମହିଳା, ତନ୍ତ କରୁଛି ଆତ୍ମନିର୍ଭରଶୀଳ

ଅବସର ନେବାକୁ ହାତରେ ସମୟ ନାହିଁ । ଘରକାମ ସାରି କାମରେ ଲାଗି ପଡିଛନ୍ତି ଏମାନେ । କିଏ ଅରଟ ବୁଲାଉଛି ତ କିଏ ବବିନ ଗୁଡାଇ ଦେଉଛି । ପୁଣି କିଏ ଗାମୁଛା, ବେଡସିଟ୍ ଭଳି ବାନ୍ଧ ଲୁଙ୍ଗି ବୁଣିବାକୁ ଲାଗି ପଡିଛି । ମହିଳାଙ୍କ ଗୋଟିଏ ଲକ୍ଷ୍ୟ ତନ୍ତ କାମ ଶିଖିବୁ, ସ୍ବାବଲମ୍ବୀ ହବୁ, ସ୍ବାମୀଙ୍କ କାନ୍ଧ ସହ କାନ୍ଧ ମିଳାଇ କାମ କରିବୁ। ଆଉ ମହିଳାଙ୍କ ଏଭଳି ନିଶା ଆଗରେ ହାର୍ ମାନିଛି କଠିନ ପରିଶ୍ରମ । ନୂଆ କରି ଦେଖାଇବା ଚେଷ୍ଟାରେ ଲାଗି ପଡିଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ବେଲବାହାଳି ଗାଁର ମହିଳା । ମହିଳାଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦେଇଛି ତନ୍ତୁବାୟ ସମବାୟ ସମିତି ।

ତେବେ 1983 ମସିହାରୁ ପ୍ରତିଷ୍ଠା ହୋଇଥିବା ଏହି ସମିତି ବହୁ ଉତଥାନ ପତନ ଦେଇ ଗତି କରିଛି । ମହିଳାଙ୍କୁ ରୋଜଗାର ଦେଉଥିବା ଏହି କେନ୍ଦ୍ର ମହାବାତ୍ୟାର କରାଳ ରୂପରେ ସମ୍ପୂର୍ଣ୍ଣ ଛାରଖାର୍ ହୋଇଯାଇଥିଲା । ଫଳରେ ଦୀର୍ଘ ବର୍ଷ ଧରି ବନ୍ଦ ପଡିଥିଲା । ହେଲେ ସରକାରଙ୍କର ବୟନଶିଳ୍ପ ବିଭାଗ ଅନ୍ତର୍ଗତ ପୁନରୁଦ୍ଧାର ଯୋଜନାରେ ୨୦୧୯ମସିହା ଅଗଷ୍ଟ ମାସରୁ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି । ଫଳରେ ଏଠି 20 ଜଣ ମହିଳା ବୟନ ଶିଳ୍ପର ତାଲିମ ନେଇ ନିଜ ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି । ତାଲିମ ଯୋଗୁଁ ସେମାନେ ଆଜି, କୁମ୍ଭପକା ଶାଢୀ, ଗାମୁଛା ଭଳି ଭଳିକି ସାମଗ୍ରୀ ତିଆରି କରୁଛନ୍ତି । ଆଉ ମାସିକ 5 ଶହରୁ ଊର୍ଦ୍ଧ୍ବ ସାମଗ୍ରୀ ଉତ୍ପାଦନ କରି ଭଲ ଦୁଇ ପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି ।

ମହିଳାଙ୍କୁ ସ୍ବାବଲମ୍ବୀ କରିଛି ତନ୍ତକାମ । ରୋଜଗାର ସାଙ୍ଗକୁ ଏଥିଯୋଗୁଁ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ଆନନ୍ଦପୁରର ବେଲବାହାଳି ଗାଁ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.