ETV Bharat / state

ବିଧବା ଯନ୍ତ୍ରଣାରୁ ବଳିଗଲା ବାସନ୍ଦ, ପାଇଖାନା ଘର ହିଁ ସାହାରା

ଆଖିରୁ ଝରିଯାଉଛି ଧାରଧାର ଲୁହ । କହିବା ପୂର୍ବରୁ ସମ୍ଭାଳି ପାରୁନାହାନ୍ତି କୋହ । ମୁଣ୍ଡ ଉପରେ ଲଦି ହୋଇପଡିଛି ଦୁଃଖର ପାହାଡ । ସ୍ବାମୀ ଚାଲିଗଲା ପରେ ଅନ୍ତସତ୍ତ୍ବା ହୋଇଥିବାରୁ ଗାଁରୁ କରିଦିଆଗଲା ବାସନ୍ଦ । ଶେଷରେ ମୁଣ୍ଡଗୁଞ୍ଜିବା ପାଇଁ ପାଇଖାନା ସାହାରା ପାଲଟିଥିବା ବେଳେ ବିଧବା କଷ୍ଟଠୁ ବଳିଯାଇଛି ସାମାଜିକ ବାସନ୍ଦର କଷ୍ଟ ।

author img

By

Published : Jun 7, 2019, 5:10 PM IST

Updated : Jun 7, 2019, 9:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଆଖିରୁ ଝରିଯାଉଛି ଧାରଧାର ଲୁହ । କହିବା ପୂର୍ବରୁ ସମ୍ଭାଳି ପାରୁନାହାନ୍ତି କୋହ । ମୁଣ୍ଡ ଉପରେ ମାଡି ବସିଛି ଦୁଃଖର ପାହାଡ । ଗୋଟିଏ ପଟେ 3 ପିଲାଙ୍କ ପେଟ ଚିନ୍ତା ତା ଉପରେ ସାହି ପଡିଶାଙ୍କ ଟାହିଟାପରା । ସ୍ବାମୀ ଚାଲିଗଲା ପରେ ଅନ୍ତସତ୍ତ୍ବା ହୋଇଥିବାରୁ ଗାଁରୁ କରିଦିଆଗଲା ବାସନ୍ଦ । ଶେଷରେ ମୁଣ୍ଡଗୁଞ୍ଜିବା ପାଇଁ ପାଇଖାନା ସାହାରା ପାଲଟିଥିବା ବେଳେ ବିଧବା କଷ୍ଟଠୁ ବଳିଯାଇଛି ସାମାଜିକ ବାସନ୍ଦର କଷ୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏଭଳି ଦୟନୀୟ ଅବସ୍ଥାରେ ଜୀବନ ଜିଉଁଛନ୍ତି କେନ୍ଦୁଝର ବରଦାପାଳ ପଞ୍ଚାୟତ ଚୁଡାକୁଟା ସାହିର ପଦ୍ମିନୀଙ୍କର (ଛଦ୍ମନାମ) । ଦୁଇ ଓଳି ଦୁଇ ମୁଠା ଖାଇବା ତାଙ୍କ ପାଇଁ ସ୍ବପ୍ନ । ପରିବାର ଲୋକ ମୁହଁମୋଡି ଦେଇଥିଲା ବେଳେ ଗାଁ ଲୋକ ପାଖ ପୁରାଇ ଦେଉନାହାଁନ୍ତି । ଏହିସବୁର କାରଣ ହେଉଛି ସ୍ବାମୀ ଆରପାରିକୁ ଚାଲିଯିବା ପରେ ପଦ୍ମିନୀ ହୋଇଥିଲେ ଗର୍ଭବତୀ । ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ତାହା ପୁଣି ମେଡିକାଲରେ ।

ଏକ ସ୍ବେଚ୍ଛାସେବୀଙ୍କ କହିବାନୁଯାୟୀ ପଦ୍ମିନୀ ଏକ ବଙ୍ଗାଳୀ ମିସ୍ତ୍ରୀଙ୍କ ସଂସ୍ପର୍ଶରେ ଆସି ଗର୍ଭବତୀ ହୋଇଥିଲେ । ଯାହାକୁ ସହଜରେ ମୁଣ୍ଡା ସମ୍ପ୍ରଦାୟ ଗ୍ରହଣ କରି ପାରିନଥିଲା । ଫଳରେ ପଦ୍ମିନୀଙ୍କୁ ସମାଜରୁ ବାସନ୍ଦ କରି ଦିଆଯାଇଥିଲା । ସରକାରୀ ପଦକ୍ଷେପ ସ୍ବରୁପ ତାଙ୍କୁ ସ୍ବଧାର ଗୃହରେ ରଖାଯାଇଥିଲା । ଆଉ ସେଠାରେ ଜନ୍ମ ହୋଇଥିଲା କନ୍ୟା ସନ୍ତାନ । ପରେ ସେ ସେହି ସନ୍ତାନର ଭରଣାପୋଷଣ କରିବାକୁ ଅସମର୍ଥ ହୋଇଥିବାରୁ କନ୍ୟା ସନ୍ତାନଟିକୁ ଅନାଥ ଆଶ୍ରମକୁ ଦିଆଯାଇଥିଲା । କିଛିଦିନ ସ୍ବଧାର ଗୃହରେ ରହିବା ପରେ ଗତ ନଭେମ୍ବରରେ ସେ ଯେବେ ନିଜ ଘରକୁ ଫେରିଥିଲେ ଘର ଆଉ ନଥଲା । ତାଙ୍କର ଥିବା ଦୁଇ ସନ୍ତାନକୁ ମଧ୍ୟ ତାଙ୍କ ଦିଅର ନିଜ ନିକଟରେ ରଖିଥିଲେ ।

ଶେଷରେ ବଞ୍ଚିବାର ରାହା ଖୋଜି ପଡୋଶୀଙ୍କ ନଡାଗଦାରେ ମୁଣ୍ତ ଗୁଞ୍ଜିଥିଲେ । ଗୋଟିଏ ମାସ ସେଠାରେ ରହିବା ପରେ ସ୍ବଚ୍ଛ ଭାରତ ଯୋଜନାରେ ମିଳିଥିବା ଏକ ପାଇଖାନାରେ ୬ ମାସ ହେଲା ରହୁଛନ୍ତି ରଇବାରୀ । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଧବା ଭତ୍ତା କାର୍ଡ ଓ ରାସନକାର୍ଡ ଚାଉଳକୁ ଗ୍ରାମବାସୀ ଦିଅରଙ୍କୁ ଦେଇଛନ୍ତି । ମାଗିଯାଚି ଯାହା ମିଳୁଛି ସେତିକିରେ ଜୀବନ ବଞ୍ଚାଉଛନ୍ତି ମହିଳା ଜଣକ । ଗ୍ରାମବାସୀ ପାତ୍ର ବଦଳରେ ତାଙ୍କୁ ଖପରାରେ ଖାଇବାକୁ ଦେଉଛନ୍ତି ।

ଖବର ଅନୁଯାୟୀ, ଉକ୍ତ ମହିଳା ଜଣକ ମୁଣ୍ଡା ସମ୍ପ୍ରଦାୟର । ଏହି ସମ୍ପ୍ରଦାୟରେ ଅନେକ କଟକଣା ରହିଛି । ଯଦି ଏହି ସମ୍ପ୍ରଦାୟର କେହି ମହିଳା ହସ୍ପିଟାଲରେ ପ୍ରସବ କରନ୍ତି ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଏ । ତେଣୁ ପଦ୍ମିନୀ ବିଧବା ପରେ ଗର୍ଭବତୀ ହେବା ଓ ମେଡିକାଲରେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ତାଙ୍କ ପାଇଁ କାଳହେଲା ।

ହେଲେ ଏତେ ସବୁ ପରେ ବି ଦୀର୍ଘ ୬ ମାସ ହେଲା ସେ ଦୟନୀୟ ସ୍ଥିତିରେ ପାଇଖାନାରେ କାଳାତିପାତ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟିପଡୁନାହିଁ । ଏନେଇ ବ୍ଲକ ଅଧିକାରୀଙ୍କୁ ପଚାରିବାରୁ ରିପୋର୍ଟ ମଗାଯାଇଛି ବୋଲି ଉତ୍ତର ମିଳିଲା । ରିପୋର୍ଟ ଆସିଲେ ପଦ୍ମିନୀଙ୍କୁ ଚାଉଳ ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

hdhdf

Conclusion:
Last Updated : Jun 7, 2019, 9:36 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.