ETV Bharat / state

କାହାର ହେବ କେନ୍ଦୁଝର ଲୋକସଭା ଆସନ ! - kendujhar

ଭୋଟର ନିର୍ଣ୍ଣୟ କରିବେ କିଏ ହେବ କେନ୍ଦୁଝରର ନେତା ? କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ 7ଟି ବିଧାନସଭା ଆସନ ରହିଛି । କେନ୍ଦୁଝରର 6ଟି ବିଧାନସଭା ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ବିଧାନସଭା ଆସନକୁ ନେଇ ଆସନ୍ତାକାଲି ଭୋଟରମାନେ ମତଦାନ କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 22, 2019, 10:58 PM IST

କେନ୍ଦୁଝର: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା । ଖଣିଜ ସମ୍ପଦରେ ଭରପୁର ଏହି ଜିଲ୍ଲା ଆଜି ବି ବିକାଶଠାରୁ ବହୁ ଦୂରରେ ।
ରାତି ପାହିଲେ ହେବ ସାଧାରଣ ନିର୍ବାଚନ ପାଇଁ ମତଦାନ । ଭୋଟର ନିର୍ଣ୍ଣୟ କରିବେ କିଏ ହେବ ତାଙ୍କ ନେତା । କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ 7ଟି ବିଧାନସଭା ଆସନ ରହିଛି । କେନ୍ଦୁଝରର 6ଟି ବିଧାନସଭା ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ବିଧାନସଭା ଆସନକୁ ନେଇ ଭୋଟର ମତଦାନ କରିିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର ଲୋକସଭା ଆସନ ଦୀର୍ଘ ବର୍ଷ ଧରି କଂଗ୍ରେସ ହାତରେ ଥିବା ବେଳେ ଏନଡିଏ ସରକାର ସମୟରେ ବିଜେପି 10ବର୍ଷ ଏହି ଆସନରେ ବିଜୟ ହାସଲ କରିଥିଲା । ପରେ 10ବର୍ଷ ଶାସକ ବିଜେଡି ଏହି ଲୋକସଭା ଆସନକୁ ଅକ୍ତିଆର କରିଥିଲା । କିନ୍ତୁ ଚଳିତ ବର୍ଷ ନିର୍ବାଚନରେ ଭୋଟର ପରିବର୍ତ୍ତନ ପାଇଁ ମନ ବଳେଇଥିବା ପରି ଜଣାପଡ଼ିଛି । ରାଜନୈତିକ ସମୀକ୍ଷକମାନେ ମଧ୍ୟ କେନ୍ଦୁଝର ଲୋକସଭାରେ ପରିବର୍ତ୍ତନକୁ ନେଇ ଆଶା ରଖିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:

ssdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.