ETV Bharat / state

ଗନ୍ଧମାର୍ଦ୍ଦନ ଖଣିରେ ନୂତନ ଡିଜିଟାଲାଇଜେସନକୁ ସ୍ୱାଗତ - ଗନ୍ଧମାର୍ଦ୍ଦନ ଖଣି

ଗନ୍ଧମାର୍ଦ୍ଦନ ଖଣିରେ ନୂତନ ଡିଜିଟାଲାଇଜେସନକୁ ସ୍ୱାଗତ । ଏଭଳି ପଦକ୍ଷେପକୁ ସ୍ବାଗତ କଲେ ଟ୍ରକ ମାଲିକ । ଅଧିକ ପଢନ୍ତୁ...

ଗନ୍ଧମାର୍ଦ୍ଦନ ଖଣିରେ ନୂତନ ଡିଜିଟାଲାଇଜେସନକୁ ସ୍ୱାଗତ

author img

By

Published : Jul 31, 2021, 1:34 PM IST

କେନ୍ଦୁଝର: ସାରା ଦେଶରେ ସରକାର ବେସରକାରୀ ହେଉକି ସରକାରୀ ସଂସ୍ଥା ଗୁଡିକରେ ଡିଜିଟାଲାଇଜେସନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଲେଣି । କେନ୍ଦୁଝର ଜିଲ୍ଲା ଏକ ଖଣି ବହୁଳ ଜିଲ୍ଲା । ଏହି ଖଣି ଗୁଡ଼ିକ ମଧ୍ୟରେ ସରକାରୀ ଓ ବେସରକାରୀ ଖଣି କାର୍ଯ୍ୟକ୍ଷମ ରହିଛି । ଏଥିମଧ୍ୟରେ କେନ୍ଦୁଝର ଶୁଆକାଠି ନିକଟସ୍ଥ ଓଡିଶା ଖଣି ନିଗମ ଦ୍ୱାରା ପରିଚାଳିତ ଗନ୍ଧମାର୍ଦ୍ଦନ ଖଣି ଅନ୍ୟତମ । ଜିଲ୍ଲାର ବହୁ ଟ୍ରକ ମାଲିକ ଏହି ଖଣି ଉପରେ ନିର୍ଭର ଆସୁଛନ୍ତି । ଏହି ଖଣିରେ ଲୌହ ପରିବହନ ନେଇ ଟ୍ରକ ମାଲିକ ସଙ୍ଘ ଓ ଓଏମସି ମଧ୍ୟରେ ବିବାଦ ଲାଗି ରହିଥିଲା ।

ଗନ୍ଧମାର୍ଦ୍ଦନ ଖଣିରେ ନୂତନ ଡିଜିଟାଲାଇଜେସନକୁ ସ୍ୱାଗତ

ବିଶେଷ କରି ବେଆଇନ ଟୋକନ ନେଇ ଲୋଡିଂ ନେଇ ଏହି ବିବାଦ ଲାଗି ରହିଥିଲା । ଏହା ସହ ଖଣିରେ ପ୍ରଵେଶ ନେଇ ଟ୍ରକ ମାଲିକ ଓ ଖଣି କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଲାଗି ରହୁଥିଲା । କିନ୍ତୁ ଓଡିଶା ଖଣି ନିଗମ ପକ୍ଷରୁ ଉକ୍ତ ଖଣିରେ ଟ୍ରାଫିକ ପରିଚାଳନା ପାଇଁ ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ଲୋଡିଂ ପଏଣ୍ଟକୁ ଡିଜିଟାଲାଇଜେସନ କରାଯାଇଛି ।

ଏହାଦ୍ୱାରା ଖଣି କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ ହେବା ସହ ଟ୍ରାଫିକ ସମସ୍ୟା ଦୂର ହୋଇଛି । ଏହି ନୂତନ ବ୍ୟବସ୍ଥାକୁ ବହୁ ସ୍ଥାନୀୟ ଟ୍ରକ ମାଲିକ ମାନେ ସ୍ୱାଗତ କରିଛନ୍ତି । ଖଣି ନିଗମର ଏହି କାର୍ଯ୍ୟରେ ଟୋକନ ମାଫିଆଙ୍କ ରାଜ ବନ୍ଦ ହେବା ନେଇ ଟ୍ରକ ମାଲିକ ଖୁସି ବ୍ୟକ୍ତ କରିଛନ୍ତି । ଏନେଇ ଖଣି ନିଗମ ପକ୍ଷରୁ ଆଗାମୀ ଦିନରେ ଖଣି କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ପାଇଁ ଏଭଳି ନୂତନ ପ୍ରୟାସ ଜାରି ରହିବ ବୋଲି ଖଣି ଅଧିକାରୀ ପ୍ରକାଶ କରିବା ସହ ସମସ୍ତ ସହଯୋଗରେ ଖଣି କାର୍ଯ୍ୟ ସୁରୁଖୁରୁରେ ଚାଲିବା ଆଶା ରଖିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.