ETV Bharat / state

ବିଦା ହେଲେ ତନ୍ତ ସମବାୟ ସମିତି ସମ୍ପାଦକ - ଆନନ୍ଦପୁର ତନ୍ତ ସମବାୟ ଅନିୟମିତତା

ବିଭିନ୍ନ ଅନିୟମିତତା ଅଭିଯୋଗରେ ବିଦା ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅତା ଗାଁର ତନ୍ତ ସମବାୟ ସମିତି ସମ୍ପାଦକ । ଅଧିକ ପଢନ୍ତୁ...

ବିଦା ହେଲେ ତନ୍ତ ସମବାୟ ସମିତି ସମ୍ପାଦକ
ବିଦା ହେଲେ ତନ୍ତ ସମବାୟ ସମିତି ସମ୍ପାଦକ
author img

By

Published : Aug 27, 2021, 10:51 PM IST

ଆନନ୍ଦପୁର: ବିଦା ହେଲେ ତନ୍ତ ସମବାୟ ସମିତିର ସମ୍ପାଦକ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅତା ଗାଁରେ ଥିବା ତନ୍ତ ସମବାୟ ସମିତିର ସମ୍ପାଦକଙ୍କୁ ବହିଷ୍କାର କରିଛନ୍ତି ବୟନଶିଳ୍ପ ନିର୍ଦ୍ଦେଶକ । ବିଭିନ୍ନ ଅନିୟମିତତା ନେଇ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ବିଦା ହେଲେ ତନ୍ତ ସମବାୟ ସମିତି ସମ୍ପାଦକ
ବିଦା ହେଲେ ତନ୍ତ ସମବାୟ ସମିତି ସମ୍ପାଦକ

ସମ୍ପୃକ୍ତ ସମ୍ପାଦକଙ୍କ ଦୁର୍ନୀତି ସମ୍ପର୍କରେ ପୂର୍ବରୁ ଅନେକ ଅଭିଯୋଗ ହୋଇଥିଲା ଏବଂ ଘଟଣାର ତଦନ୍ତ କରାଯାଇଥିଲା । ତଦନ୍ତ ପରେ ସ୍ୱତନ୍ତ୍ର ସମୀକ୍ଷା ରିପୋର୍ଟରେ ଦର୍ଶାଯାଇଥିଲା । ତେବେ ଗତବର୍ଷ ଡିସେମ୍ବର ୧୫ ତାରିଖରୁ ସମ୍ପୃକ୍ତ ସମ୍ପାଦକଙ୍କୁ ତାଙ୍କ ପକ୍ଷ ରଖିବାକୁ ବୟନଶିଳ୍ପ ନିର୍ଦ୍ଦେଶକ ଚିଠି ଲେଖିଥିଲେ । ହେଲେ ସେ ଧରା ଛୁଆଁ ଦେଇନଥିଲେ । ପୁନଶ୍ଚ ଗତ ୨୬ ଜୁଲାଇରେ ଏକ ରେଜିଷ୍ଟ୍ରି ଚିଠି ମାଧ୍ୟମରେ ବୟନଶିଳ୍ପ ନିର୍ଦ୍ଦେଶକ ସମ୍ପାଦକଙ୍କୁ ନୋଟିସ ଜାରି କରି ସମସ୍ତ କାଗଜପତ୍ର ଧରି ୭ ଦିନ ମଧ୍ୟରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାକୁ ବି ବେଖାତିର କରିଥିଲେ ତନ୍ତ ସମବାୟ ସମିତି ସମ୍ପାଦକ । ଏଣୁ ଏ ବାବଦରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଆଧାର କରି ସମ୍ପୃକ୍ତ ସମ୍ପାଦକଙ୍କୁ ବୟନଶିଳ୍ପ ପ୍ରଶାସକ ଅପର୍ଣ୍ଣା ଜେନା ବହିଷ୍କୃତ କରିବା ସହିତ ଏ ସଂକ୍ରାନ୍ତୀୟ ନୋଟିସକୁ ସମସ୍ତଙ୍କ ଅବଗତ ନିମନ୍ତେ ସମବାୟ ସମିତିରେ ଲଗାଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.