ETV Bharat / state

ଫୁଲୁଛି ବୈତରଣୀ, ବିପଦ ସଙ୍କେତ ଉପରେ ଜଳସ୍ତର - due to torrential rains in anadapur

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ପାର କରିଛି । ଏବେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଥିବାବେଳେ ଧୀରେ ଧୀରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

Water level above the danger mark
ଜଳ ପତନ ବିପଦ ସଂକେତ ପାର
author img

By

Published : Aug 26, 2020, 12:31 PM IST

Updated : Aug 26, 2020, 7:32 PM IST

ଆନନ୍ଦପୁରର: ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀର ଜଳସ୍ତର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳ ପତନ ବିପଦ ସଂକେତ ପାର କରିଛି । ଏବେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଥିବାବେଳେ ଧୀରେ ଧୀରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ବନ୍ୟା ଆଶଙ୍କାରେ ତଳିଆ ଅଞ୍ଚଳବାସୀ ।

ଜଳ ପତନ ବିପଦ ସଂକେତ ପାର

ଚଳିତବର୍ଷ ଦ୍ଵିତୀୟ ଥର ପାଇଁ ବିପଦ ସଙ୍କେତ ଟପିଲା ବୈତରଣୀ ନଦୀ। ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ ବର୍ତ୍ତମାନ ଏଠାରେ ଜଳସ୍ତର 17.90 ମିଟରରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ନଦୀରେ ଅଧିକ ଜଳ ପ୍ରବାହିତ ହେଉଛି।

ମୁଖ୍ୟତଃ ବୈତରଣୀ ନଦୀର ଉପର ମୁଣ୍ଡ କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ 201.0, ଆନନ୍ଦପୁରରେ 108.08, ସୋମପାଟଣା 176.04, ଠାକୁରମୁଣ୍ଡା 160.0 କେନ୍ଦୁଝର 158.04 ଓ ଭଦ୍ରକ ଆଖୁଆପଦାରେ 81.06 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଏହି ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ତଳମୁଣ୍ଡରେ ବର୍ଷା ପାଣି ଜମି ରହିଥିବା ବେଳେ, ଅନ୍ୟପଟେ ବୈତରଣୀ ନଦୀର ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଯୋଗୁଁ ତଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।

ନଦୀ ଜଳ ପତନ ବୃଦ୍ଧି ଘଟିଥିଲେ ମଧ୍ୟ କୈଣସି ସ୍ଥାନରୁ କ୍ଷୟକ୍ଷତିର ସୂଚନା ମିଳାନାହିଁ । ମାତ୍ର ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବା ସହ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ଆଶଙ୍କା କରି ଏହାର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା ସୂଚନା ମିଳିଛି।

ଆନନ୍ଦପୁରରରୁ ସ୍ମୃତିରଞ୍ଜନ ବିହାରୀ ଇଟିଭି ଭାରତ

Last Updated : Aug 26, 2020, 7:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.