ETV Bharat / state

କାନ୍ଥଚିତ୍ରଣ ମାଧ୍ୟମରେ କଳାକାରଙ୍କୁ ରୋଜଗାର ଦେଲା କେନ୍ଦୁଝରଗଡ଼ ପୌରପାଳିକା - କୋରୋନା ଭାଇରସ ଖବର

ଦିନକୁ ଦିନ ମହାମାରୀ କୋରୋନାର ସଂକ୍ରମଣ ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି । ଲକଡାଉନ ପାଇଁ ସବୁଠି କାମଦାମ ଠପ ହୋଇଯାଇଛି । କଳାକାରଙ୍କୁ ରୋଜଗାର ଦେବା ପାଇଁ କାନ୍ଥ ଚିତ୍ରଣ ଆରମ୍ଭ କଲା କେନ୍ଦୁଝରଗଡ଼ ପୌରପାଳିକା ।

wall painting work provided by keonjhargada municipality to painter
କାନ୍ଥଚିତ୍ରଣ ମାଧ୍ୟମରେ ଚିତ୍ରକାରଙ୍କୁ ରୋଜଗାର ଦେଲା କେନ୍ଦୁଝରଗଡ଼ ପୌରପାଳିକା
author img

By

Published : May 11, 2020, 8:11 PM IST

କେନ୍ଦୁଝର: ଦିନକୁ ଦିନ ମହାମାରୀ କୋରୋନାର ସଂକ୍ରମଣ ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ମହାମାରୀ ପାଇଁ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ପାଇଁ ସବୁଠି କାମଦାମ ଠପ ହୋଇଯାଇଛି ।

କାନ୍ଥଚିତ୍ରଣ ମାଧ୍ୟମରେ ଚିତ୍ରକାରଙ୍କୁ ରୋଜଗାର ଦେଲା କେନ୍ଦୁଝରଗଡ଼ ପୌରପାଳିକା

ସହରରୁ ଗାଁ ସବୁଠି କାମ ବନ୍ଦ ହୋଇଯାଇଥିବା ବେଳେ ହାତ ବାନ୍ଧି ବସିଛନ୍ତି ଖଟିଖିଆ ଓ ପରିଶ୍ରମ କରି ବଞ୍ଚୁଥିବା ଶ୍ରମିକ, କଳାକାର । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ସହରୀ କାରିଗର । ଏହି ସହରୀ ଚିତ୍ରକର ଓ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ଆରମ୍ଭ କରାଯାଇଛି ନୂତନ ପ୍ରୟାସ । ଏହି ନୂତନ ପ୍ରୟାସରେ କେନ୍ଦୁଝରଗଡ଼ ପୌରପାଳିକାରେ ଥିବା ୨୧ଟି ୱାର୍ଡ ଗୁଡିକରେ କାନ୍ଥ ଚିତ୍ରଣ କରାଯାଉଛି । ଏହା ସହ ସବୁ ୱାର୍ଡର ଶ୍ରମିକଙ୍କୁ ସେହି ୱାର୍ଡରେ କାର୍ଯ୍ୟ ଯୋଗାଇ ଦିଆଯାଉଛି । ଏହି କାନ୍ଥ ଚିତ୍ରଣରେ ବିଭିନ୍ନ ସାମାଜିକ ବାର୍ତ୍ତା ସାଙ୍ଗକୁ କୋରୋନା ସମ୍ପର୍କିତ ଚିତ୍ର ଅଙ୍କାଯାଉଛି ।

ଏହି ଚିତ୍ରକୁ ଦେଖି ସହରବାସୀ ସଚେତନତା ହେବେ ବୋଲି ପୌର ପ୍ରଶାସନ ଆଶା ରଖିଥିବା ଜଣାପଡ଼ିଛି । ଦୀର୍ଘଦିନ ଧରି କାର୍ଯ୍ୟ ବନ୍ଦ ଥିବା ବେଳେ ନୂତନ କାମ ପାଇ ଚିତ୍ରକର ମାନେ ଖୁସି ବ୍ୟକ୍ତ କରିଛନ୍ତି । ସହରବାସୀ ମଧ୍ୟ ପୌରପାଳିକାର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.