ETV Bharat / state

ପାଣ୍ଡିଆନଙ୍କ ଇସ୍ତଫା ବିଜେଡି-ବିଜେପିର ଏକ ଷଡଯନ୍ତ୍ର: କେନ୍ଦୁଝର କଂଗ୍ରେସ - କେନ୍ଦୁଝର କଂଗ୍ରେସ

ପାଣ୍ଡିଆନଙ୍କ ଭିଆରଏସକୁ ନେଇ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଲା କେନ୍ଦୁଝର କଂଗ୍ରେସ । ପାଣ୍ଡିଆନଙ୍କ ଇସ୍ତଫା ପଛରେ ମିଳିତ ଛଡଯନ୍ତ୍ର ରହିଛି ବୋଲି ଦଳ କହିଛି । ଅଧିକ ପଢନ୍ତୁ

ପାଣ୍ଡିଆନଙ୍କ ଇସ୍ତଫା  ବିଜେଡି  ବିଜେପିର ଏକ ଷଡଯନ୍ତ୍ର : କେନ୍ଦୁଝର କଂଗ୍ରେସ

author img

By ETV Bharat Odisha Team

Published : Nov 1, 2023, 5:25 PM IST

ପାଣ୍ଡିଆନଙ୍କ ଇସ୍ତଫା ବିଜେଡି ବିଜେପିର ଏକ ଷଡଯନ୍ତ୍ର : କେନ୍ଦୁଝର କଂଗ୍ରେସ

କେନ୍ଦୁଝର: ଆମ ଓଡିଶା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡି ଓ ବିଜେପିର ମିଳିତ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି କେନ୍ଦୁଝର ଜିଲ୍ଲା କଂଗ୍ରେସ । ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତତ୍କାଳୀନ 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଇସ୍ତଫା ଏକ ନାଟକ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତ୍ରୀ ସଂଗୀତା ସିଂ ।

ଅଧିକ ପଢନ୍ତୁ- Keonjhar insurance scam: ବୀମା ଠକେଇ ମାମଲାର ତଦନ୍ତ କରିବ ସିବିଆଇ

କଂଗ୍ରେସ ନେତ୍ରୀ ସଂଗୀତା ଅଭିଯୋଗ କରି କହିଛନ୍ତି, ‘‘ଗତ ଅକ୍ଟୋବର ୨୦ ତାରିଖ ଦିନ ଭିକେ ପାଣ୍ଡିଆନ ନିଜ କାର୍ଯ୍ୟରୁ ସେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କଲେ । ଏହି ଆବେଦନକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟକୁ ସେହିଦିନ ପଠାଇଲେ । ଅକ୍ଟୋବର ୨୩ ତାରିଖ ଦିନ ଅର୍ଥାତ ୩ ଦିନ ମଧ୍ୟରେ ପାଣ୍ଡିଆନଙ୍କ ଭିଆରଏସ ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କଲେ । ହେଲେ ଏହି ତିନିଦିନ ମଧ୍ୟରେ ଦୁଇ ଦିନ କେନ୍ଦ୍ର ସରକାରଙ୍କର ଛୁଟି ଦିନ ଥିଲା । କାହିଁକି ଭିକେ ପାଣ୍ଡିଆନଙ୍କ ଆବେଦନକୁ 48 ଘଣ୍ଟାରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କଲା ? କେନ୍ଦ୍ର ସରକାର ଏହା ପୂର୍ବରୁ କୌଣସି ଆଇଏଏସ ଅଫିସରଙ୍କ ଘଟଣାରେ ଏଭଳି ତତ୍ପରତା ଦେଖାଇବାର ନଜିର ଅଛି କି ? ବରଂ ଯେଉଁମାନେ ସ୍ବେଚ୍ଛାକୃତ ଅବସର ଗ୍ରହଣ ପାଇଁ ଆବେଦନ କରିଥିଲେ ତାଙ୍କ ଆବେଦନକୁ ବର୍ତ୍ତମାନର କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି ।’’

ଅଧିକ ପଢନ୍ତୁ- ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଡେଡ୍‌ଲାଇନ ଦେଲା କଂଗ୍ରେସ

କଂଗ୍ରେସ ନେତ୍ରୀ ଆହୁରି କହିଛନ୍ତି ଏଥିରୁ ସ୍ପଷ୍ଟ ଭିକେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ବିଜେଡି ବିଜେପି ସରକାରର ମିଳିତ ଷଡଯନ୍ତ୍ର । ଯାହାର ଜବାବ ଆଗାମୀ ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ଦେବେ । ଏହା ସହ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଥିବା ଭ୍ରଷ୍ଟାଚାର, ଦୁର୍ନୀତି, ନାରୀ ନିର୍ଯାତନା ଆଦି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ମୋହନ ପରିଡା, ପିସିସି ସମ୍ପାଦକ ସଂଗ୍ରାମ ଦାସ, କଂଗ୍ରେସ ଯୁବ ସଭାପତି ସୁନେସ ଧୀର, ଛାତ୍ର ସଭାପତି ସୁଭମ ରାଜ, ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.