ETV Bharat / state

ଆନନ୍ଦପୁର ପୌରପରିଷଦ କାର୍ଯ୍ୟଳୟଠାରେ ତୁମୁଳକାଣ୍ଡ - ସ୍ବୟଂସହୟିକା ଗୋଷ୍ଠୀ

ଠିକା କାମ ବିବାଦକୁ କେନ୍ଦ୍ରକରି ଆନନ୍ଦପୁର ପୌରପରିଷଦ କାର୍ଯ୍ୟଳୟଠାରେ ତୁମୁଳକାଣ୍ଡ ଘଟିଛି ।

violence-at-anandpur-municipal-council-office
ଆନନ୍ଦପୁର ପୌରପରିଷଦ କାର୍ଯ୍ୟଳୟଠାରେ ତୁମୁଳକାଣ୍ଡ
author img

By

Published : May 28, 2020, 12:49 AM IST

ଆନନ୍ଦପୁର: ଠିକା କାମ ବିବାଦକୁ କେନ୍ଦ୍ରକରି ଆନନ୍ଦପୁର ପୌରପରିଷଦ କାର୍ଯ୍ୟଳୟଠାରେ ତୁମୁଳକାଣ୍ଡ ଘଟିଛି । ଅର୍ବାନ ଉଏଜ୍ ଏମ୍ପ୍ଲଏମେଣ୍ଟ ଇନିସିଏଟିଭ୍ ଯୋଜନାରେ ଆସୁଥିବା ଅର୍ଥକୁ ବିଭିନ୍ନ ସ୍ବୟଂସହୟିକା ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟ ହେବାର ନିର୍ଦ୍ଦେଶ ରହିଛି ।

ଆନନ୍ଦପୁର ପୌରପରିଷଦ କାର୍ଯ୍ୟଳୟଠାରେ ତୁମୁଳକାଣ୍ଡ

ପୌରାଞ୍ଚଳ ଅନ୍ତର୍ଗତ ଫକୀରପୁରର ପୁରୁଣା ଏସଏଚଜି ମହାସଂଘ ସହ ଏକ କାମ ବାବଦରେ ପୈର କର୍ତ୍ତୃପକ୍ଷ କଥାବାର୍ତ୍ତା କରି କାମ କରିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ କିଛି ଦିନ ତଳେ ଅନ୍ୟମାନେ ଏହି କାମ ଆରମ୍ଭ କରିବାରୁ କାମ ସମ୍ପର୍କରେ ପଚାରି ବୁଝିବାକୁ ଆସିଥିବା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଦାୟୀତ୍ବରେ ଥିବା ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୃବ୍ୟବହାର କରିଥିଲେ । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଉତ୍ୟକ୍ତ ମହିଳା ଓ ସଂପୃକ୍ତ ଅଧିକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଅନ୍ୟପକ୍ଷରେ ଦାୟିତ୍ବରେ ଥିବା ଯନ୍ତ୍ରୀ ଜଣକ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ନାମରେ ୱାର୍କ ଅର୍ଡର ବାହାରିବା ସହିତ ଠିକ ଭାବରେ କାମ ଚାଲିଥିବା କହିଛନ୍ତି । ତେଣୁ ଏଭଳି ଅଭିଯୋଗର କୌଣସି ଯଥାର୍ଥ ନାହିଁ ବୋଲି କହିଛନ୍ତି ଯନ୍ତ୍ରୀ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.