ଆନନ୍ଦପୁର: ରାଜ୍ୟ ସମେତ ବର୍ତ୍ତମାନ କେନ୍ଦୁଝର ଜିଲ୍ଲାରେ କୋରୋନା ମହାମାରୀ ବ୍ୟାପିବାରେ ଲାଗିଛି । ଏହି ସମୟରେ ସଂକ୍ରମଣ ରୋକିବାକୁ ନେଇ ସରକାର ସଟଡାଉନ ଘୋଷଣା କରିଛନ୍ତି । କୋଭିଡ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରୁଛନ୍ତି । ହେଲେ ଏପରି ସମୟରେ ଘସିପୁରା ବ୍ଲକ ନାରଙ୍ଗପୁର ଠାରେ ଏହାର ବ୍ୟତିକ୍ରମ ଦେଖାଯାଇଛି ।
ଲୋକମାନଙ୍କୁ ଡାଲା ଗାଡିରେ ଗୋରୁଗାଈ ବହିଲା ଭଳି ବୁହାଯାଉଥିବା ଘଟଣା ସାମ୍ନାକୁ ଆସିଛି । ଯାହାକି ଖୋଲା ଖୋଲି ଭାବେ କୋଭିଡ ନିୟମ ଉଲ୍ଲଂଘନ କରାଯାଉଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ