ETV Bharat / state

ସରକାରୀ ଜମିରେ ପୋଖରୀ ଖନନକୁ ଗ୍ରାମବାସୀଙ୍କ ବିରୋଧ - କେନ୍ଦୁଝର ପୋଖରୀ ଖନନ ସମସ୍ୟା

କେନ୍ଦୁଝରର ଜଣେ ବ୍ୟକ୍ତି ସରକାରୀ ଜମିରେ ପଖୋରୀ ଖୋଳୁଥିବା ଅଭିଯୋଗ ହୋଇଛି । ଜମି ସରକାରଙ୍କ ହୋଇ ଥିବାବେଳେ ସେଠାରେ ଗାଈ ଗୋରୁଙ୍କ ଚଳପ୍ରଚଳ ଅଧିକ ଥିବାରୁ ପଖୋରୀ ଖନନକୁ ବିରୋଧ କରୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ସରକାରୀ ଜମିରେ ପୋଖରୀ ଖନନକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : Jul 23, 2021, 10:38 PM IST

କେନ୍ଦୁଝର: ଲୋକମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ସରକାର ଯୋଜନାମାନ କରିଚାଲିଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଯୋଗୁଁ ତାହା ସଠିକ ରୂପାୟନ ହୋଇ ପାରୁନଥିବା ବାରମ୍ବାର ଅଭିଯୋଗ ଆସୁଛି । ବର୍ତ୍ତମାନ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସରକାରୀ ଜମିକୁ ହଡ଼ପ କରି ମୋ ପୋଖରୀ ଯୋଜନାରେ ପୋଖରୀ ଖୋଳୁଥିବା ଜଣେ ବ୍ୟକ୍ତିଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ ।

ସରକାରୀ ଜମିରେ ପୋଖରୀ ଖନନକୁ ଗ୍ରାମବାସୀଙ୍କ ବିରୋଧ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଇନ୍ଦୁପୁରା ଗ୍ରାମର ଜଣେ ବ୍ୟକ୍ତି ଏଠାରେ ଥିବା ଏକ ସରକାରୀ ଜମିରେ ପଖୋରୀ ଖୋଳୁଥିଲେ । ଏନେଇ ଗ୍ରାମବାସୀ ବିରୋଧ କରିବା ସହ ସ୍ଥାୟୀ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି । କାରଣ ଏହି ଗୋଚର ଜମିରେ ଗ୍ରାମବାସୀଙ୍କର ଗୋରୁ ଗାଈ ଚରିଥାନ୍ତି । ଗ୍ରାମରେ ପାଖାପାଖି ୮୦ ପରିବାର ବସବାସ କରୁ ଥିବାବେଳେ ସେମାନଙ୍କ ଗାଈ ଗୋରୁ ଏହି ପଡିଆରେ ଚରା ବୁଲା କରିଥାନ୍ତି । ତେଣୁ ଏଠାରେ ପୋଖରୀ ଖୋଳାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ଗ୍ରାମର ଜଣେ ବ୍ୟକ୍ତି ସରକାରୀ ଜମି ଜବରଦଖଲ କରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୋଖରୀ ଖୋଳାକୁ ବିରୋଧ କରିଥିଲେ । ଗତକାଲି(ଗୁରୁବାର) ଘସିପୁରା ତହସିଲଦାରଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଛନ୍ତି । ରାତିରେ ପୁଣି ମେସିନ ଲଗାଇ ପୋଖରୀ ଖୋଳା ଯାଇଥିଲା । ଏକଥା ଜଣାପଡ଼ିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ପୋଖରୀ ଖୋଳାଯିବା ପରେ ଆଗକୁ ସମସ୍ୟା ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ପଚାରିବାରୁ କାମ ବନ୍ଦ କରାଯାଇଛି, ତୁରନ୍ତ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ସେପଟେ ମାମଲାର ତୁରନ୍ତ ସମାଧାନ ନ ହେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.