ETV Bharat / state

ଗାଁକୁ ନାହିଁ ରାସ୍ତା, ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ନିଷ୍ପତ୍ତି

author img

By

Published : Jan 25, 2022, 6:46 PM IST

କେନ୍ଦୁଝର କାଳୀମାଟି ପଞ୍ଚାୟତ ଅନ୍ତର୍ଗତ ପୁରୁଣାଢ଼ିହି ଗ୍ରାମକୁ ନାହିଁ ସୁଗମ ରାସ୍ତା । ଫଳରେ ଭୋଟ ବର୍ଜନ ପାଇଁ ଗ୍ରାମବାସୀ ନେଇଛନ୍ତି ନିଷ୍ପତ୍ତି । ଅଧିକ ପଢନ୍ତୁ

ଗାଁକୁ ନାହିଁ ରାସ୍ତା, ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ନିଷ୍ପତ୍ତି
ଗାଁକୁ ନାହିଁ ରାସ୍ତା, ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ନିଷ୍ପତ୍ତି

କେନ୍ଦୁଝର: ମାଳ ମାଳ ଖଣି କମ୍ପାନୀ ସହ ମାଳ ମାଳ ଖାଲଖମାରେ ଭର୍ତ୍ତି ବରପୁର ରାସ୍ତା । ପ୍ରତିଦିନ ଏଠାରେ ଶହ ଶହ ଟ୍ରକ ଯାତାୟାତ କରୁଛି । ଫଳରେ ଗାଁକୁ ଏକ ସୁଗମ ରାସ୍ତା ନଥିବାରୁ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାଳୀମାଟି ପଞ୍ଚାୟତ ଅନ୍ତର୍ଗତ ପୁରୁଣାଢ଼ିହି ଗ୍ରାମରେ ।

ଗ୍ରାମ ନିତ୍ୟ ବ୍ୟବହାର୍ଯ୍ୟ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଟ୍ରକ ଚଳାଚଳ କରୁଛି । ଏହା ଫଳରେ ଉକ୍ତ ରାସ୍ତା ଖାଲ ଖମାରେ ଭରି ଯାଇଛି । ଏନେଇ ପୁରୁଣାଡ଼ିହି ଗ୍ରାମବାସୀ ବିରୋଧ କରିବାରୁ ପ୍ରଶାସନ ପକ୍ଷରୁ ଟେଣ୍ଡର ହୋଇଛି । କିନ୍ତୁ ଟେଣ୍ଡର ହୋଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ଫଳରେ ଗ୍ରାମର ଏକ ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଅସୁବିଧା ନେଇ ପୁରୁଣାଡ଼ିହି ଗ୍ରାମବାସୀ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସାତ ଦିନ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନହଲେ ଏହି ଭୋଟ ବର୍ଜନ ନିଷ୍ପତ୍ତି ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ପୁରୁଣାଡ଼ିହି ଗ୍ରାମବାସୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.