ETV Bharat / state

ପରକୀୟା ପ୍ରୀତି ଅଭିଯୋଗରେ ବୃଦ୍ଧଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ - କେନ୍ଦୁଝରରେ ବୃଦ୍ଧଙ୍କ ପରକିୟା ପ୍ରୀତି

ପରକୀୟା ପ୍ରୀତି ଅଭିଯୋଗରେ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଅଧିକ ପଢନ୍ତୁ....

ପରକିଆ ପ୍ରୀତି ଅଭିଯୋଗରେ ବୃଦ୍ଧଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ

author img

By

Published : Apr 28, 2021, 10:49 PM IST

କେନ୍ଦୁଝର: ପରକୀୟା ପ୍ରୀତି ଅଭିଯୋଗରେ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମଣ୍ଡୁଆ ମୁଣ୍ଡା ସାହିରେ ଘଟିଛି ଏପରି ଘଟଣା ।

ପରକିଆ ପ୍ରୀତି ଅଭିଯୋଗରେ ବୃଦ୍ଧଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ

ଉକ୍ତ ସାହିର ସାହେବ ମୁଣ୍ଡା ନାମକ 65 ବର୍ଷୀୟ ବୃଦ୍ଧ ସେହି ସାହିର ରିଉ ମୁଣ୍ଡାଙ୍କ ସ୍ତ୍ରୀଙ୍କୁ ନେଇ ଦଶ ଦିନ ହେବ ପଳାଇଥିଲେ । ତେବେ ସବୁଠୁ ବଡ କଥା ହେଉଛି କି ସେହିଦିନ ହିଁ ରିଉଙ୍କର ମୃତ୍ୟୁ ଘଟିଥିଲା । ତେବେ ଆଜି(ବୁଧବାର) ତାଙ୍କର ଦଶ ଘାଟ କ୍ରିୟା ଥିବାବେଳେ ଘରକୁ ଫେରିଥିଲେ ସାହେବ । ରିଉଙ୍କ 3 ଝିଅ ଓ ଗୋଟିଏ ପୁଅ ଥିବାବେଳେ ସାହିବଙ୍କ ଦୁଇ ପୁଅ ବିବାହିତ । ତେବେ ସେ ଘରକୁ ଫେରିବା ପରେ ଉତ୍ୟକ୍ତ ଗାଁ ଲୋକେ ସମ୍ପୃକ୍ତ ବୃଦ୍ଧଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଛନ୍ତି ।

ଏହାପରେ ଉତ୍ତମ ମଧ୍ୟମ ଦେବା ସହ ରିଉଙ୍କ ସ୍ତ୍ରୀକୁ କେଉଁଠି ଲୁଚାଇ ରଖିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ବହୁ ସମୟ ଖୁଣ୍ଟରେ ବାନ୍ଧି ରଖିବା ପରେ ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.