ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଶାଳପଡା ଓଭରବ୍ରିଜ ନିକଟରୁ ଏକ ଅଜଣା ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ରାସ୍ତା ପାର୍ଶ୍ୱରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ମୃତଦେହର ପରିଚୟ ଏଯାଏଁ ମିଳି ନଥିବା ବେଳେ ପୋଲିସ ମୃତଦେହଟିକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ବ୍ୟବଚ୍ଛେଦର ବ୍ୟବସ୍ଥା କରାଇଛି । ଏହା ସହିତ ଅଧିକ ତଦନ୍ତ ଜାରି ରଖିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ