କେନ୍ଦୁଝର: ତିନି ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ପ୍ରଥମ ଦିନ ଚମ୍ପୁଆ ନିର୍ଵାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦୁଝର ସହରରେ ବଳଦେବଜୀଉଙ୍କ ଦର୍ଶନ କରିଥିଲେ । ଶନିବାର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଦଳୀୟ ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ ।
ମନ୍ତ୍ରୀ ଜିଲ୍ଲା ପ୍ରଶାସନ ସହ ଜିଲ୍ଲାର ଆଦିବାସୀଙ୍କ ପାଇଁ ଚାଲୁଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ । ସନ୍ଧ୍ୟାରେ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟନେଇ ସାମ୍ବାଦିକଙ୍କୁ ଅବଗତ କରାଇଥିଲେ । ଭାରତ ସ୍ବାଧିନତାର ୭୫ ବର୍ଷ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ହର ଘର ତ୍ରିରଙ୍ଗାକୁ ପ୍ରୋତ୍ସାହିତ କରିବାକୁ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଆହ୍ବାନ ଦେଇଥିଲେ ।
ଇଟିଭି ଭାରତ, କେନ୍ଦୁଝର