ETV Bharat / state

କେନ୍ଦୁଝରରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଗଡକରୀ - ନିତିନ ଗଡ଼କରୀ

ଦିନିକିଆ କେନ୍ଦୁଝର ଗସ୍ତ କରିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ। ନିର୍ବାଚନୀ ପ୍ରଚାରରେ ଆସି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଶାଳପଡା କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟସ୍ଥ ପଡିଆରେ ପହଞ୍ଚିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Apr 18, 2019, 10:58 PM IST

ଆନନ୍ଦପୁର: ଦିନିକିଆ କେନ୍ଦୁଝର ଗସ୍ତ କରିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ। ବିଗତ 40 ବର୍ଷରେ ଯାହା ହୋଇ ପାରିନଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ 5 ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅନେକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ ହୋଇଛି । ଆଉ ଏଥିରୁ ଲାଭବାନ ମଧ୍ୟ ହୋଇଛନ୍ତି ରାଜ୍ୟବାସୀ । ହେଲେ ଅଧିକାଂଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହେଯାଗ ନଥିବା ଯୋଗୁଁ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଏଥିଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟେର ବିଜେପି ସରକାର ଆସିବା ଆବଶ୍ୟକ ବୋଲି ବର୍ଷିଛନ୍ତି ଗଡକରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ବିଜେପି ବିଧାୟକ ତଥା ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଗଡକରୀ । କେନ୍ଦ୍ର ସଡକ ମନ୍ତ୍ରୀଙ୍କ ଗସ୍ତରେ ବିଜେପି ପ୍ରାର୍ଥୀ ମାନେ ଉତ୍ସାହିତ ହେବା ସହ ନିର୍ବାଚନ ଜିତିବା ଦିଗରେ ଆଶାବାଦୀ ଥିବା କହିଛନ୍ତି।

ନିର୍ବାଚନୀ ପ୍ରଚାରରେ ଆସି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ଶାଳପଡା କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟସ୍ଥ ପଡିଆରେ ପହଞ୍ଚିଥିଲେ । ପ୍ରଚଣ୍ଡ ଖରା ସତ୍ତ୍ବେ ମଧ୍ୟ ବହୁଳ ସଂଖ୍ୟାରେ ସଭାସ୍ଥଳରେ ଭିଡ ଦେଖିବାକୁ ମିଳିଥିଲା । ସଭାସ୍ଥଳରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଆଲୋକ ସେଠୀ, ଘସିପୁରା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପୃଥ୍ବୀରାଜ କୁଅଁର ଓ ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ ଉପସ୍ଥିତ ଥିଲେ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.