ETV Bharat / state

ନିୟମିତ ନିଯୁକ୍ତି ପାଇଁ ଦାବି, ରାଜରାସ୍ତାକୁ ଓହ୍ଲାଇବେ ଉଜ୍ଜଳା ଦିଦି - ନିୟମିତ ନିଯୁକ୍ତି ପାଇଁ ଆନ୍ଦୋଳନ କରିବେ ଉଜ୍ଜଳା ଦିଦି

କେନ୍ଦୁଝରରେ ରାଜରାସ୍ତାକୁ ଓହ୍ଲାଇବେ ଉଜ୍ଜ୍ୱଳା ଦିଦି । ନିୟମିତ ନିଯୁକ୍ତି ପାଇଁ ଦାବି କରିଛି ସଂଘ । ଅଧିକ ପଢ଼ନ୍ତୁ

ରାଜରାସ୍ତାକୁ ଓହ୍ଲାଇବେ ଉଜ୍ଜଳା ଦିଦି
ରାଜରାସ୍ତାକୁ ଓହ୍ଲାଇବେ ଉଜ୍ଜଳା ଦିଦି
author img

By ETV Bharat Odisha Team

Published : Sep 28, 2023, 7:40 AM IST

Updated : Sep 28, 2023, 12:38 PM IST

ରାଜରାସ୍ତାକୁ ଓହ୍ଲାଇବେ ଉଜ୍ଜଳା ଦିଦି

କେନ୍ଦୁଝର: ରାଜରାସ୍ତାକୁ ଓହ୍ଲାଇବେ ଉଜ୍ଜ୍ୱଳା ଦିଦି । କର୍ମ କ୍ଷେତ୍ରରେ ବ୍ୟାପକ ଅନିୟମିତତା ନେଇ ଆଣିଲେ ଅଭିଯୋଗ । ନିଯୁକ୍ତି ଦେବା ସମୟରେ ଅନେକ ନିୟମ ରହିଥିଲା । ହେଲେ ତାହା କୌଣସି ଦିଗରେ କାର୍ଯ୍ୟକାରୀ ହେଉ ନାହିଁ । ଯାହାକୁ ନେଇ ଗତକାଲି ଉଜ୍ଜଳା କର୍ମଚାରୀ ସଂଘ ପକ୍ଷରୁ ଏକ ଜିଲ୍ଲା ସ୍ଥରୀୟ ବୈଠକ ସ୍ଥାନୀୟ ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ତେବେ କେନ୍ଦ୍ର ସରକାର ସାଧାରଣ ଗରିବ ଲୋକଙ୍କ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାଗୁଡ଼ିକ ମଧ୍ୟରେ ଉଜ୍ଜ୍ବଳା ଯୋଜନା ଅନ୍ୟତମ । ଏହି ଯୋଜନା ମାଧ୍ୟମରେ ବିପିଏଲ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ମାଗଣାରେ ଗ୍ୟାସ୍‌ ଯୋଗାଇ ଦିଆଯାଇଥିଲା । ସେହିପରି ଏହି ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ସରକାର ଉଜ୍ଜ୍ବଳା ଦିଦିଙ୍କୁ ନିଯୁକ୍ତ କରିଥିଲେ । ଏହି ଦିଦି ମାନେ ଘରଘର ବୁଲି ଗରିବ ହିତାଧିକାରୀଙ୍କୁ ଗ୍ୟାସ ଯୋଗାଇ ଦେଇଥିଲେ। ଏହା ସହ ଉଜ୍ଜ୍ବଳା ବଲ୍ ମଧ୍ୟ ଯୋଗାଣ କାର୍ଯ୍ୟ ଦିଦି ମାନଙ୍କ ଦ୍ଵାରା ସରକାର କାର୍ଯ୍ୟ କରାଇଥିଲେ । ଆଉ ଏଥିପାଇଁ ସରକାର ଦିଦିମାନଙ୍କୁ କମିଶନ ମାଧ୍ୟମରେ ପାଉଣା ଦେଇଥିଲେ । ହେଲେ ବର୍ତ୍ତମାନ ଏହି ଉଜ୍ଜଳା ଦିଦିଙ୍କୁ ସରକାର ଆଉ କୌଣସି ଯୋଜନାରେ ଅନ୍ତର୍ଭକ୍ତ କରୁ ନଥିବା ଅଭିଯୋଗ କରିଛନ୍ତି ଉଜ୍ଜ୍ବଳା ଦିଦିମାନେ।

ଏହା ମଧ୍ୟ ପଢନ୍ତୁ- ଗର୍ଜିଲେ ଉଜ୍ଜଳା ଦିଦି, ସରକାରଙ୍କୁ ମାଗିଲେ ହକ୍

ଏହା ମଧ୍ୟ ପଢନ୍ତୁ- ସରକାରଙ୍କ ବିରୁଦ୍ଧରେ ଗର୍ଜିଲା ଉଜ୍ଜଳା ଦିଦି ସଂଘ, ବର୍ଷାରେ ଭିଜି ପ୍ରତିବାଦ

ସରକାର ଉଜ୍ଜ୍ବଳା ଦିଦିଙ୍କୁ ନିୟମିତ କରିବା ପାଇଁ ପ୍ରତିଶ୍ରୁତି ଦେଇ ଏଥିରୁ ଓହରି ଯାଇଛନ୍ତି । ଯାହାକୁ ନେଇ ଉଜ୍ଜ୍ବଳା ଦିଦିମାନେ ଏକତ୍ରିତ ହୋଇ ସଂଘ ଗଠନ କରିବା ସହ ଭାରତୀୟ ମଜଦୂର ସଂଘ ଦ୍ଵାରା ଅନୁବନ୍ଧିତ ହୋଇ ଏହି ସଂଘ ତାର ହକ୍‌ ପାଇବା ପାଇଁ ଦାବି କରିଛି । ଯାହାକୁ ନେଇ ଗତକାଲି ଉଜ୍ଜ୍ବଳା କର୍ମଚାରୀ ସଂଘ ପକ୍ଷରୁ ଏକ ଜିଲ୍ଲା ସ୍ଥରୀୟ ବୈଠକ ସ୍ଥାନୀୟ ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସେପଟେ ଉଜ୍ଜ୍ବଳା କର୍ମଚାରୀଙ୍କୁ ତାଙ୍କ ଦାବି ପୂରଣ ପାଇଁ ଦରକାର ପଡ଼ିଲେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

Last Updated : Sep 28, 2023, 12:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.