ETV Bharat / state

ବୈତରଣୀରୁ 2ଟି ଅଚିହ୍ନା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ବୈତରଣୀ ନଦୀରୁ ଏକ ମୃତଦେହ ଉଦ୍ଧାର

ବୈତରଣୀ ନଦୀରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ପରିଚୟ ଅସ୍ପଷ୍ଟ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

dead body
ବୈତରଣୀ ନଦୀରୁ ଅଚିହ୍ନା ମୃତଦେହ ଉଦ୍ଧାର
author img

By

Published : Feb 8, 2020, 11:59 AM IST

Updated : Feb 8, 2020, 3:52 PM IST

କେନ୍ଦୁଝର: ଜିଲ୍ଲାର ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ସେଥିରେ ଜଣେ ଯୁବକ ଓ ମହିଳାଙ୍କ ମୃତଦେହ ରହିଛି । ଏହାକୁ କେହି ହତ୍ୟା କରି ଆଣି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ଶନିବାର ସକାଳୁ ନଦୀ କୂଳରେ ଏକ ଅଖା ବସ୍ତା ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବରପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉକ୍ତ ବସ୍ତାକୁ ଖୋଲି ଦେଖିବାରୁ ସେଥିରୁ 2ଟି ମୃତଦେହ ବାହାରିଥିଲା ।

ବୈତରଣୀ ନଦୀରୁ ଅଚିହ୍ନା ମୃତଦେହ ଉଦ୍ଧାର

ମୃତଦେହକୁ ବସ୍ତାରେ ଭର୍ତ୍ତି କରିବା ପରେ ପଥରରେ ବାନ୍ଧି ପାଣିରେ ପକାଇ ଦିଆଯାଇଥିବା ଜଣାପଡିଛି । ଉଭୟଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ବସ୍ତାରେ ବନ୍ଧା ହୋଇ ବୈତରଣୀ ନଦୀରେ ଭାସୁଛି ଅଚିହ୍ନା ଶବ ହତ୍ୟା ସନ୍ଦେହBody:ଆଙ୍କର -କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀ ର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ହୋଇ ଅଚିହ୍ନା ବ୍ୟକ୍ତି ଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। କେହି ହତ୍ୟା କରି ଆଣି ନଦୀରେ ଫିଙ୍ଗି ଦେଇ ପଳାଇ ଥିବା ସନ୍ଦେହ କରାଯାଉଛି। ମୃତକ ଙ୍କ ପରିଚୟ ମିଳି ନଥିବା ବେଳେ କିଏ କାହିଁକି କେଉଁ ଉଦ୍ଧେଶ୍ୟରେ ହତ୍ୟା କରିଛି ତାହା ଜଣା ପଡିନାହିଁ। ଖବର ପାଇ ସକାଳୁ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଧାର କାର୍ଯ୍ୟ ଜାରି ରଖିଛି ।Conclusion:
Last Updated : Feb 8, 2020, 3:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.